ସୂଚନାମୁତାବକ, ଗତକାଲି ଅପରାହ୍ନରେ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗୁଡି ଉଡାଉଥିଲା। ହେଲେ ଡ୍ରେନଟି ମୁକୁଳା ଥିବା ଜାଣି ନ ପରି ପିଲାଟି ଡ୍ରେନରେ ପଡ଼ି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା।
ପରିବାର ଲୋକେ ବହୁ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।