ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଗମାନନ୍ଦ ଆସୋସିଏସଟସର ମ୍ୟାନେଜିଂ ପାର୍ଟନର ହେଉଛନ୍ତି ସୁଧାଂଶୁ । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା କୁବୋଟାର ଡିଲର ନିଗମାନନ୍ଦ ଆସୋସିଏଟସ ନାଁରେ ୧୮ କୋଟିର ଠକେଇ ଅଭିଯୋଗ । ଚାଷୀଙ୍କୁ ପ୍ରତି ଟ୍ରାକଟରରେ ମିଳୁଥିଲା ୬ ଲକ୍ଷ ଟଙ୍କାର ସବସିଡି। ଏମିତି ପ୍ରାୟ ୩ ଶହ ଟ୍ରାକ୍ଟର ବିକ୍ରି କରିଛି ନିଗମାନନ୍ଦ ଆସୋସିଏଟସ୍ । ପ୍ରତି ଟ୍ରାକ୍ଟର ପିଛା ୬ ଲକ୍ଷ ଏମିତି ମୋଟ୍ ୧୮ କୋଟି ସବସିଡିର ବଡ଼ ଘୋଟାଲା । ଭିଜିଲାନସ ତଦନ୍ତରୁ ଜାଣିପାରିଛି ୭୩ ଚାଷୀଙ୍କୁ ଠକିଛି ସୁଧାଂଶୁ ପରିଡାଙ୍କ ସଂସ୍ଥା । ସୁଧାଂଶୁଙ୍କ ଆକାଉଣ୍ଟକୁ ସିଧା ସବସିଡି ଟଙ୍କା ଆସିଥିବାର ପ୍ରମାଣ ମଧ୍ୟ ରହିଛି । ଏବେ ଲୋକାୟୁକ୍ତଙ୍କ ଛାଟ । ଏହା ସତ୍ତ୍ବେ ଚାଷୀ ଲୁଟେରାଙ୍କ ବିରୋଧରେ ନୋ ଆକ୍ସନ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏହାସହ କୃଷିମନ୍ତ୍ରୀ ରାଜା ସ୍ବାଇଁଙ୍କ ବୟାନ ସନ୍ଦେହକୁ ଦ୍ବିଗୁଣିତ କରିଛି ।
ଗୋଟିଏ ପଟେ ଭିଜିଲାନ୍ସ ପ୍ରମାଣ ଅନ୍ୟ ପଟେ କୃଷିମନ୍ତ୍ରୀଙ୍କ କ୍ଲିନଚିଟ୍ ମାମଲାକୁ ଆହୁରି ରହସ୍ୟମୟ କରିଛି । ସେପଟେ ସରକାରଙ୍କୁ ଠକେଇର ଶିକାର ଚାଷୀଙ୍କ ପୁଳା ପୁଳା ପ୍ରଶ୍ନ । କୁବୋଟା-କୃଷି ବିଭାଗ-କେଳେଙ୍କାରୀ । ବାଲେଶ୍ବରରେ ସୁଧାଂଶୁ ପରିଡା, ପୁରୀରେ ପାଲାନିସାମୀ । ଶହ ଶହ ଚାଷୀଙ୍କ ଅଭିଯୋଗ । ଠକେଇ ନେଇ ଭିଜିଲାନ୍ସ ରିପୋର୍ଟ। ଏହା ସତ୍ତ୍ବେ ଆକ୍ସନ ଜିରୋ । ବଡ ପ୍ରଶ୍ନ, କୃଷି ବିଭାଗକୁ ପ୍ରମାଣ ପରେ ବି କାହିଁକି ହେଲାନାହିଁ କାର୍ଯ୍ୟାନୁଷ୍ଠାନ ? ୨୦୨୧ରୁ ଅଭିଯୋଗ ଆସିବା ପରେ ବି କାହିଁକି ଚୁପ୍ ବିଜେଡି ?