ଶୁଭାରମ୍ଭ ଦିନ ଟ୍ରେନ୍ କଟକ ଷ୍ଟେସନରୁ ଛାଡିଛି କିନ୍ତୁ ନିୟମିତ ଭାବେ 31 ମାର୍ଚ୍ଚ 2023ରୁ ଉଭୟ ପାର୍ଶ୍ୱ ଅର୍ଥାତ ନୟାଗଡ଼ ଏବଂ ଭଦ୍ରକରୁ ଯାତ୍ରା କରିବ । ଏହି ଟ୍ରେନ ଚଳାଚଳ ଦ୍ୱାରା ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଯାତ୍ରୀ ମାନଙ୍କ ସୁଗମ ଯାତାୟାତ କ୍ଷେତ୍ରରେ ବେଶ ସହାୟକ ହେବ ।ସେପଟେ ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକେଟ ଉନ୍ମୋଚିତ ହୋଇଛି । ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଠାରେ ଭାରତୀୟ ଡାକ ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି ଡ଼ାକ ଟିକେଟ ।
କାର୍ଯ୍ୟକ୍ରମରେ କେନ୍ଦ୍ର ସିଖ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ର ଡାକ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର, ବିଶିଷ୍ଟ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଅକ୍ଷୟ ମହାନ୍ତି, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ପ୍ରଥମ ଚଳଚିତ୍ର ନିର୍ଦ୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷ ଏବଂ ବିଶିଷ୍ଟ ଓଡ଼ିଆ କବି, ଲେଖକ ତଥା ଗୀତିକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଡାକ ଟିକେଟ ଉନ୍ମୋଚନ ହୋଇଛି ।
ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ 5ଟା 45ରେ ବାହାରି ନୟାଗଡ଼ ଟାଉନରେ ଦିନ 11ଟା 55ରେ ପହଞ୍ଚିବ । ସେହିପରି ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ସନ୍ଧ୍ୟା 5ଟା 05ରେ ଛାଡି ଭଦ୍ରକରେ ରାତି 10ଟା 45ରେ ପହଞ୍ଚିବ । ଉଭୟ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ଟ୍ରେନର ଷ୍ଟପେଜ ରହିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: