ରାତିରେ ସର୍ଭେ ଭିଜୁଆଲକୁ ନେଇ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ପଚାରିଛନ୍ତି, ମିଛ ତଥ୍ୟ ଦେଇ କୋର୍ଟଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିଲେ କି ସାସଂଦ ପିନାକୀ ମିଶ୍ର ଓ ରାଜ୍ୟ ସରକାର? ଯଦି GPRS ହୋଇଥିଲା, ତେବେ ରାତି ଅଧିଆ କ'ଣ ଚାଲିଥିଲା ? । OBCC ତାର ସତ୍ୟପାଠରେ GPRS ହୋଇନଥିବା କହିଥିଲା' । `କିନ୍ତୁ ତଥାପି ଆପଣ GPRS ହୋଇଥିବା କହିଥିଲେ' । ଦୁଇ ଦିନ ହେଲା ରାତିଅଧିଆ GPRS ହେଉଥିବା ASI ଜାଣିଛି କି ?
ରାତିଅଧିଆ GPRS ଚାଲିଥିବା ବେଳେ ASI କର୍ମଚାରୀ ଥିଲେ କି ? GPRS କେତେବେଳେ କରାଯାଏ ସେ ନେଇ ସ୍ପଷ୍ଟ କରନ୍ତୁ ? ମିଛ ଧରାଇଥିବାରୁ ଢୋଙ୍ଗୀ ବୋଲି କହିଥିଲେ ପିନାକୀ ମିଶ୍ର । ଏବେ ସ୍ପଷ୍ଟ କରନ୍ତୁ GPRS ସତ୍ୟତା ପ୍ରସଙ୍ଗରେ କିଏ ଢୋଙ୍ଗୀ ? । ଦିନରେ ନକରି ରାତି ଅଧରେ ଚୋରି ଛୁପା GPRS କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର ।
କେବଳ ସର୍ଭେ ନୁହେଁ, ପ୍ରଥମେ ୭୫ ମିଟର ଭିତରେ ରିସେପସନ ସେଣ୍ଟର ନିର୍ମାଣ ଯୋଜନା । ଏହାପରେ ପୁଣି ଏହାକୁ ବଦଳାଇବା ଆଉ ପୁଣି ଥରେ ଏହାକୁ ବିରୋଧ । ଯାହା ଦର୍ଶାଉଛି ଭୁଲ୍ ତ ହୋଇଛି...ନିୟମ ତ ଖିଲାପି ହୋଇଛି । ସମ୍ବିତଙ୍କ ସହ ସ୍ବର ମିଳାଇଛନ୍ତି ସାଧାରଣ ଜନତା, ନେତା ଓ ଜଗନ୍ନାଥପ୍ରେମୀ ।
ରାତି ଅଧିଆ ସର୍ଭେ ପରେ ଐତିହ୍ୟକୁ ଆଗ ସୁରକ୍ଷିତ ରଖିବାକୁ ଦାବି କରିଛି ଶ୍ରୀଜଗନ୍ନାଥସେନା । ସେହିପରି ରିପୋର୍ଟ ନ ଆସିବା ଯାଏ କାମ ବନ୍ଦ କରିବାକୁ ଆଇନଜୀବୀ ସଂଘ ପକ୍ଷରୁ ଧମକ ଦିଆଯାଇଛି । 20 ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ହାଇକୋର୍ଟକୁ ଭୂଆଁ ବୁଲାଇବାକୁ ରାତିଅଧିଆ ଲୁଚାଛପା, ତରବରିଆ GPRS ସର୍ଭେ କରାଯାଉଛି କି ?