କେବଳ ସେତିକି ନୁହେଁ ବରଂ ନଡ଼ା ଓ ଦଉଡି ଭିଡି ଗଣେଶ, ସରସ୍ୱତୀ, ଲକ୍ଷ୍ମୀ, କାର୍ତ୍ତିକ, କୃଷ୍ଣଙ୍କ ଭଳି ଦେବଦେବୀଙ୍କ ବଡ଼ ବଡ଼ ମାଟିର ମୂର୍ତ୍ତି ତିଆରି କରୁଛନ୍ତି । ଯାହା ଅଞ୍ଚଳରେ ବେଶ ପ୍ରସଂଶା ସାଉଁଟିଛନ୍ତି । ପାଠ ପଢିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ପରିବାରର କଷ୍ଟ ତାଙ୍କୁ ବହୁତ ପ୍ରଭାବିତ କରିଥିଲା । ଗାଁର ବରିଷ୍ଠ ମୂର୍ତ୍ତି ଓ କଣ୍ଡେଇ କାରିଗର ବାଜିଆ ସେନାପତିଙ୍କ ନିକଟକୁ ଯାଇ ମୂର୍ତ୍ତି ଓ କଣ୍ଢେଇ ଗଢ଼ା କାର୍ଯ୍ୟ ଶିଖିଥିଲେ ଡବ୍ଲ୍ୟୁ । ପୁଅର ମୂର୍ତ୍ତି ଗଢିବା କାର୍ଯ୍ୟରେ ସହଯୋଗ କରିଥିଲେ ଡବ୍ଲ୍ୟୁଙ୍କ ପରିବାର ଲୋକେ ।
ଅଭାବ ଅନଟନ ଭିତରେ ରହି ସୁନ୍ଦର ସୁନ୍ଦର କଣ୍ଢେଇ ଓ ମୂର୍ତ୍ତି ତିଆରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି କୁନି କାରିଗର ଡବ୍ଲ୍ୟୁ ସିଂହ । ମୂର୍ତ୍ତିକୁ ଗଢୁଛନ୍ତି ,ରଙ୍ଗ ବେରଙ୍ଗର ଡିଜାଇନ ମଧ୍ୟ କରୁଛନ୍ତି । ଆଉ ସେଗୁଡିକ ଗାଁ ପାଖ ଯାତ୍ରା ,ମେଳା ,ପର୍ବ ଓ ମହୋତ୍ସବରେ ବିକ୍ରି ମଧ୍ୟ କରୁଛନ୍ତି । ସେଥିରୁ ଯେଉଁ ଦୁଇ ପଇସା ରୋଜଗାର ହେଉଛି ସେଥିରେ ଭାତ, ତେଲ ,ଲୁଣର ପରିବାରର ସଂସାରକୁ ପ୍ରତିପୋଷଣ କରୁଛନ୍ତି । ଡବ୍ଲ୍ୟୁ ବାଳକ ବୟସରେ ସମସ୍ତଙ୍କ ପାଇଁ ପ୍ରେରଣାର ପାତ୍ର ହୋଇ ପାରିଛନ୍ତି । ଡବ୍ଲ୍ୟୁଙ୍କ କାର୍ଯ୍ୟକୁ ନେଇ ଖୁସି ପ୍ରକଟ କରିଛନ୍ତି ଗୁରୁ ତଥା ବିଶିଷ୍ଟ କାରିଗର ବାଜିଆ ସେନାପତି ।
କୋମଳ ବୟସରେ ପ୍ରତିଭାକୁ ନେଇ କାର୍ଯ୍ୟ କରିବା ବେଶ ପ୍ରସଂଶାର କାର୍ଯ୍ୟ । ଏଥିପାଇଁ ସରକାରଙ୍କ ସ୍ତରରେ ବିଭିନ୍ନ ପ୍ରକାରର ସହଯୋଗ କରିବାର ବ୍ୟବସ୍ଥା ରହିଛି । ଯାହା ଡବ୍ଲ୍ୟୁକୁ ସହଯୋଗ କରାଯିବ । ତତସହିତ ତାଙ୍କର ପାଠ ପଢାରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପ୍ରକାଶ କରିଛନ୍ତି । ଗରିବୀ ଜୀବନର କଷଟିରେ ଚାପି ହୋଇ ଯାଇଥିଲେ ସୁଦ୍ଧା ଡବ୍ଲ୍ୟୁଙ୍କ ଇଚ୍ଛା ଶକ୍ତି ଓ ପରିଶ୍ରମ ତାଙ୍କୁ ନୂଆ ଏକ ସମ୍ଭାବନା ଆଡକୁ ଟାଣି ନେଇଛି ।ତେବେ ବାଳୁତ କାରିଗର ପ୍ରତି ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: