ଅର୍ଗସ ବ୍ୟୁରୋ: ଟିଉସନକୁ ଯାଇ ଘରକୁ ଫେରିଲା ନାହିଁ ୧୮ ବର୍ଷର ପୁଅ। କୁଆଡେ ଯାଇଛି, କଣ ହୋଇଛି କେହି କିଛି ଜାଣିନାହାନ୍ତି। ଯାହାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ତ ହୋଇଛନ୍ତି। କାନ୍ଦ ବୋବାଳିରେ ଘର ଫାଟିପଡୁଛି। ପୁଅର ନାମ ରାକେଶ ସାହୁ। ତାକୁ ୧୮ ବର୍ଷ ହେବ। ୧୦ମ ଶ୍ରେଣୀରେ ଅଧୟନ କରେ। ସବୁଦିନ ପରି ସେଦିନ ମଧ୍ୟ ଅପରାହ୍ନ ୩ଟା ବେଳେ ଘରୁ ଟିଉସନ ହେବା ନିମନ୍ତେ ମଠ ସାହି ଗ୍ରାମକୁ ଯାଇଥିଲା। ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ଟିଉସନ ସାରଙ୍କୁ ପଚାରିବାରୁ ସେ ଆମକୁ କହିଲେ ଯେ, ତୁମ ପୁଅ ୮ ଦିନ ହେବ ଟିଉସନ ହେବାକୁ ଆସୁନାହିଁ।
ପରେ ସବୁ ଆଡେ ଖୋଜାଖୋଜି କରାଗଲା। ହେଲେ ରାକେଶର କୌଣସି ପତ୍ତା ମିଳିଲାନାହିଁ। ପୁଅର ଉଚ୍ଚତା ୫ଫୁଟ ୨ ଇଞ୍ଚ। ଦେଖିବାକୁ ଶ୍ୟାମଳ ବର୍ଣ୍ଣ। ସାଉଣ୍ଡ ହେଲଥ। କଳା ରଙ୍ଗ ଫୁଲ ପ୍ୟାଣ୍ଟ ଏବଂ ନାଲି ଗଞ୍ଜି ପିନ୍ଧିଥିଲା। ସବୁଆଡେ ଖୋଜା ଖୋଜି କରିବା ପରେ ମଦ୍ୟ ସେ ମିଳିନଥିଲା। ଯଦି କେହି ସହୃଦୟ ବ୍ୟକ୍ତି କୌଣସି ସ୍ଥାନରେ ଏହି ପୁଅକୁ ଦେଖିବେ ତେବେ ପୋଲିସକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି।
ଓଡିଶା ଖବର ଆହୁରି ପଢନ୍ତୁ