ଅଧିକ ପଢନ୍ତୁ : ପ୍ରଥମେ ଔଷଧ ସେବନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟିକଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ତିନି ଦଶନ୍ଧିର ବୃତ୍ତିଗତ ଉତ୍କର୍ଷତା ସହିତ ସମଗ୍ର ଦେଶରେ ସୁପରିଚିତ ସଫଳ କାର୍ଡିଆକ୍ ସର୍ଜନ, ଡ. ଅକ୍ଷୟ କୁମାର ବିଶୋଇଙ୍କୁ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ୱାଗତ କରିଥିଲେ । ଏହି ଗସ୍ତ ଅବସରରେ ଡ. ବିଶୋଇ ଓପିଡି ପରିଦର୍ଶନ କରି ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଏମ୍ସର କର୍ମଚାରୀଙ୍କ ସହିତ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ନୂତନ ଅଧ୍ୟକ୍ଷ।
ଏମ୍ସରେ ସ୍ବାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସୃଷ୍ଟି ସହିତ ଉଭୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ହେବା ନେଇ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ଡ. ବିଶୋଇ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ସହିତ ଡ. ବିଶୋଇଙ୍କ ଅନୁଭବ ଏବଂ ପାରଦର୍ଶିତା ସହଯୋଗରେ ଏହି ଅନୁଷ୍ଠାନ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ସଫଳତା ହାସଲ କରିବବୋଲି ଆଶାପ୍ରକଟ କରିଛନ୍ତି। ଏହି ପରିଦର୍ଶନ ସମୟରେ ଏମ୍ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, କୁଳସଚିବ ବି ବି ମିଶ୍ରଙ୍କ ସମେତ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।