କୃଷକଙ୍କ ସମସ୍ୟା ଓ ଦାବି ନେଇ ବିଜେପି କର୍ମକର୍ତ୍ତା, କଂଗ୍ରେସ କର୍ମୀ ସମେତ କୃଷକ ମାନେ ପ୍ରତିବାଦ କରୁଥିଲେ। ସେହି ସମୟରେ ଚାଷୀଙ୍କ ସମସ୍ୟା ବୁଝିବା ବଦଳରେ ବିଜେଡି କର୍ମୀ ମାନଙ୍କ ସହ ଉଦଘାଟନ ପାଇଁ ଧସେଇ ପଶିଥିଲେ ଉଭୟ ନେତା। ସେହି ସମୟରେ ଉପସ୍ଥିତ ଚାଷୀ ଓ ନେତାଙ୍କୁ ଗୋଇଠା ମାରିବା ଓ ମହିଳା ମାନଙ୍କୁ ମଧ୍ୟ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ନବରଙ୍ଗପୁର ଥାନାରେ ବିଜେପି ନେତା ଗୌରୀ ଶଙ୍କର ମାଝୀ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏତଲା ଗ୍ରହଣ କରିନଥିଲା। ଯାହାକୁ ନେଇ କୋର୍ଟର ଦ୍ଵାରସ୍ଥ ହୋଇଥିଲେ ଗୌର ଶଙ୍କର।
ଯାହାକୁ ନେଇ ନବରଙ୍ଗପୁର ଦୌରା ଜର୍ଜ ସଂଜୀବ ଦୁବେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କଲାପରେ ସେମାନଙ୍କ ନାମରେ ମାମଲା ରୁଜୁ କରିବାକୁ ନବରଙ୍ଗପୁର ପୋଲିସଙ୍କୁ ନିର୍ଦେଶ ଦେଇଥିଲେ l ଯାହାକୁ ନେଇ ନବରଙ୍ଗପୁର ପୋଲିସ ୬ଟି ଦଫା ଲଗାଇ ମାମଲା ରୁଜୁ କରିଛିl
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।