ଅର୍ଗସ ବ୍ୟୁରୋ: ଆପଣ ଚିକେନ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ। ଚିକେନ ବୋନ ତଣ୍ଟିରେ ଅଟକିଗଲେ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଏଭଳି ଏକ ସମସ୍ୟା ନେଇ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପବିତ୍ର କୁମାର ସାମଲ। ସେ ଓ ତାଙ୍କ ପତ୍ନୀ ଲିପାଲି ପରିଡା ଚିକେନ୍ ଖାଉଥିବା ସମୟରେ ତାଙ୍କ ହଠାତ ଚିକେନ୍ ବୋନ ପିସକୁ ଗିଳିଦେଇଥିଲେ ପବିତ୍ର। ପରେ ୫ରୁ ୬ ଦିନ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଦେଖାଇବା ପରେ ସମରେ ପହଞ୍ଚିଥିଲେ। ଏହି ସମୟ ଭିତରେ ସେ ନା କିଛି ଖିଆ ପିଆ କରିପାରୁଥିଲେ। ନା ଭଲରେ କଥା ହୋଇପାରୁଥିଲେ। ଅସହ୍ୟ ଯନ୍ତ୍ରଣା ସହ ପାଣି ଢ଼ୋକିଲେ ମଧ୍ୟ ପଵିତ୍ରଙ୍କୁ କଷ୍ଟ ଅନୁଭବ ହେଉଥିଲା। ସମରେ ଚିକିତ୍ସା ହେବା ପରେ ସେ ଏବେ ସୁସ୍ଥ ଥିବା କହିଛନ୍ତି। ଏମିତିକି ଖାଦ୍ୟନଳୀରେ ଅଟକିଥିବା ଏହି ବୋନ ପିସକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ।
ସେପ ଚିକେନ୍ ହାଡ଼ ପଵିତ୍ରଙ୍କ ଖାଦ୍ୟନଳୀକୁ ଧୀରେ ଧୀରେ ସଂକ୍ରମଣ ହେବାର ଲାଗିଥିଲା। ୨ ସେଣ୍ଟିମିଟର ଲମ୍ବା ଓ ଦେଢ଼ ସେମି ଚଉଡା ଥିଲା ଏହି ବୋନ। ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ କରି ମଧ୍ୟ କୌଣସି ସୁଫଳ ନ ମିଳିବା ପରେ ସମ ହସ୍ପିଟାଲର ଡାକ୍ତର ମାନେ ଏହି ଅପରେସନକୁ ସଫଳ କରିଛନ୍ତି। ଦେଢ଼ ଘଣ୍ଟାର ଏହି ଅପରେସନରେ ବହୁତ ରିସ୍କ ମଧ୍ୟ ଥିଲା। ଡାକ୍ତରଙ୍କ କହିବା ଅନୁସାରେ ଆଉ କିଛି ଦିନ ବିଳମ୍ବ ହୋଇଥିଲେ ହୁଏତ ରୋଗୀର ଜୀବନ ମଧ୍ୟ ଚାଲିଯାଇଥାଆନ୍ତା।
ସଫଳ ସହକାରେ ସମ ହସ୍ପିଟାଲର ଡାକ୍ତରୀ ଟିମ ଏହି ଚିକିତ୍ସା କରିବା ପରେ ପବିତ୍ର ଏବେ ସୁସ୍ଥ ଅଛନ୍ତି। ତେବେ ଚିକେନ୍, ମଟନ ଖାଇବା ବେଳେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ଼ ଲୋକେ ସମସ୍ତେ ସତର୍କ ହେବା ଏବେ ବେଶ ଜରୁରୀ ହୋଇପଡିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।