ଏହାସହ ଆହୁରି ଅନେକ ସ୍ଥାନରେ ପାହାଚରେ ଫାଟ ସୃଷ୍ଟି ହୋଇଥିବା ବେଳେ 50 ଫୁଟ୍ ପାହାଚ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ତାହା ମଧ୍ୟରୁ ଅଧିକାଂଶ ପାହାଚ ମଧ୍ୟରୁ ବାଲି ଧଶି ଫମ୍ପା ହୋଇଯାଇଛି । ଯାହା ଉକ୍ତ ଅଞ୍ଚଳ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରୁଛି । ତେବେ ଏଠାକୁ ଆସୁଥିବା ଲୋକେ ବିପଦପୂର୍ଣ୍ଣ ଭାବେ ସେଲ୍ଫି ନେବା ସହ ଗାଧୋଉଛନ୍ତି । ସେପଟେ ମହାନଦୀ କୂଳକୁ ସୌନ୍ଦର୍ଯ୍ୟକରଣ ନାମରେ ନିମ୍ନମାନର କାମ କରିଥିବା ଠିକା ସଂସ୍ଥା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବିଜେପି କର୍ପୋରେଟର ।
ମହାନଦୀ ଘାଟର ସୌନ୍ଦର୍ଯ୍ୟକରଣ ସହ ବାଲିଯାତ୍ରା ସମୟରେ ସାଧାରଣ ଲୋକ ବୋଟିଂର ମଜା ନେବା ପାଇଁ ଦୁଇ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ହୋଇଥିଲା କଂକ୍ରିଟର ପାହାଚ । ତାହା ଏଵେ ମହାନଦୀର ଗର୍ଭରେ ବିଲୀନ ହେବାରେ ଲାଗିଲାଣି । ଏହି ଘାଟ ଉପରେ ଅନେକ ଲୋକ ନିର୍ଭର କରୁଥିବାବେଳେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ମାତ୍ର ଦୁଇବର୍ଷ ଭିତରେ ସମ୍ପୂର୍ଣ୍ଣ ଘାଟ ଭୁଶୁଡ଼ିବାରେ ଲାଗିଛି । ସେପଟେ କେଉଁ ପରିସ୍ଥିତିରେ ଏଭଳି ଘଟିଲା ଏହାର ତଦନ୍ତ କରିବା ସହ ଖୁବ ଶୀଘ୍ର ଏହାର କାମ କରିବା ପାଇଁ ମହାନଦୀ ବ୍ୟାରେଜ ଡିଭିଜନଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ମେୟର।
ସୌନ୍ଦର୍ଯ୍ୟକରଣ ନାଁରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ନିମ୍ନ ମାନର କାମ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମତ ପ୍ରକାଶ ପାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...