ସମ୍ବଲପୁର ସହିତ ରାଜ୍ୟର ସମସ୍ତ ଶୈବପୀଠରେ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ଆଶୀଷ ପାଇବା ସହିତ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ଯୁଗଳବନ୍ଦୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନନ୍ଦପଡାର ବରାଡ ବାଲୁଙ୍କେଶ୍ବର, ଝାଡୁଆପଡାର ଶ୍ରୀଶ୍ରୀ ବାବା ଲୋକନାଥ, ମୁଦିପଡ଼ା ମନ୍ଦିରରୁ ଜାଗେଶ୍ବର ବାବା, ଠାକୁରପଡା ଗୁପ୍ତେଶ୍ବର ବାବା, ବଡ ବଜାରର ଶୀତଳେଶ୍ବର , ବାଲିବନ୍ଧାର ସୋମନାଥବାବାଙ୍କ ପୀଠରେ ଯୁଗଳ ବନ୍ଦୀ ଦର୍ଶନ ସହ ସ୍ବତନ୍ତ୍ର ଦେବ ବିବାହ ନୀତି ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ବାଜା, ବାଣ ଓ ରୋଷଣୀରେ କମ୍ପୁଛି ସହର। ଅପୂର୍ବ ଦୃଶ୍ୟକୁ ଆଖିପୁରାଇ ମନଭରି ଉପଭୋଗ କରୁଛନ୍ତି ଭକ୍ତ।
ଅଧିକ ପଢନ୍ତୁ: ବିବାହ ବନ୍ଧନରେ ବାନ୍ଧି ହେଲେ ଦେବଦେବ ମହାଦେବ ଓ ମା' ପାର୍ବତୀ