ବିଶ୍ୱାସ ରହିଛି ଏହିଠାରେ ବାରୁଣୀ ବୁଡ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ । ତତସହିତ ଅନେକ ଶ୍ରଦ୍ଧାଳୁ ଏହି ବାରୁଣୀ ପୀଠରେ ମାନସିକ ପୂରଣ ନିମନ୍ତେ ଚୁଟି ମଧ୍ୟ ପକାଇଥାନ୍ତି । ଆଜି ଏଠାରେ ବାରୁଣୀ ପୂଜା ସରିବା ପରେ ଏହି ଅବସରରେ ଏଠାରେ ୮ ଦିନ ଧରି ଆୟୋଜିତ ହୋଇଥାଏ ବାରୁଣୀ ମେଳା । କପ୍ତିପଦା ଉପଖଣ୍ଡ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାରୁଣୀ ପୀଠରେ ଢୁଢୁଆ ବାରୁଣୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ମେଳା ବୁଲିଥାନ୍ତି । ବିଭିନ୍ନ କିଷମର ଖାଦ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ମନୋହରି ଦୋକାନ ଏହି ମେଳାରେ ବସିଥାଏ । ଏହି ବାରୁଣୀ ପୀଠର କିଛି ସ୍ୱତନ୍ତ୍ର ମହିମା ରହିଛି । ବିଶ୍ୱାସ ରହିଛି ଏଠାରେ ପୂଜାର୍ଚ୍ଚନା କରିଲେ ମାନସିକ ପୂରଣ ହୋଇଥାଏ । ତେଣୁ ଆଜି ସକାଳ ସମୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଏଠାରେ ଲାଗି ରହିଛି । ଏହାବ୍ୟତୀତ ବାରୁଣୀ ପୀଠରେ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ