ଯେଉଁ କଳାକୃତି କୁ ଦେଖିବେ ଆଖି ଲାଖିଯିବ। ଆଉ ସେହି କାଠର ଯାଦୁଗରୀ ଦେଖିବାକୁ ଶହ ଶହ ଲୋକଙ୍କ ପ୍ରବଳ ଭିଡ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ହିଁଜିଳି ନିର୍ବାଚନ ମଣ୍ଡଳୀ କଣ୍ଟେଇକୋଳି ଗ୍ରାମର ଯୁବ ଶିଳ୍ପୀ ଅରୁଣ ସାହୁ । ନିଜ ନିହଣ ମୁନରେ ନିଖୁଣ କାମ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବ୍ରହ୍ମପୁର silkcity ଫେଷ୍ଟିଭାଲ ର ଭିଡ଼ ଭିତରୁ ଏହି ଗୋଟାଏ ଷ୍ଟଲ ରେ ଶହ ଶହ ଲୋକଙ୍କ ଭିଡ଼। ସମସ୍ତେ ଏହି କାରୁକାର୍ଯ୍ୟ ଦେଖିବା ସାଙ୍ଗକୁ ବିଭିନ୍ନ ସରଞ୍ଜାମ ପାଇଁ ଅର୍ଡର କରୁଛନ୍ତି।
କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ହିଁ ସଫଳତାର ମୂଳମନ୍ତ୍ର। ଏହାକୁ କାମରେ କରି ଦେଖାଇଛନ୍ତି ଯୁବ ଶିଳ୍ପୀ ଅରୁଣ ସାହୁ । ହାତ ନିହଣରେ ଶୁଖିଲା କାଠକୁ ଜୀବନ୍ତ କରିଦେଉଛନ୍ତି।ଅରୁଣ କାଠରେ ତାଜମହଲ, ଇଫିଲ୍ ଟାୱାର, ଓଡ଼ିଶା ବିଧାନ ସୌଧ , ଧଉଳି ଏଭଳି ବିଭିନ୍ନ ଐତିହ୍ୟ ପ୍ରସ୍ତୁତ କରି ମାର୍କେଟକୁ ଛାଡ଼ିଥାନ୍ତି ଆଉ ଏହି କାଠ କାରୁକାର୍ଯ୍ୟ ଗୁଡିକର ମାର୍କେଟରେ ମଧ୍ୟ ଚାହିଦା ଅଧିକ। ଅରୁଣ ଦ୍ୱାଦଶ ଶିକ୍ଷା ଲାଭ ପରେ ପରିବାରର ଅଭାବ ଦେଖି ଶିକ୍ଷାରୁ ଦୁରେଇ ଯାଇଥିଲେ।
ପରେ ପରିବାର ପ୍ରତିପୋଷଣ ପାଇଁ ବାପାଙ୍କ କାର୍ଯ୍ୟରେ ସହୋଜଗର ହାତ ବଢ଼ାଇଥିଲେ । ସବୁଠାରୁ ବଡ଼ କଥା ହେଲା ଅରୁଣଙ୍କ ପରିବାର ବଢ଼େଇ ସମ୍ପ୍ରଦାୟର ନ ହୋଇ ମଧ୍ୟ କାଠ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅନେକ ପ୍ରକାର କାରୁକାର୍ଯ୍ୟ କରିପାରୁଛନ୍ତି। ପୂର୍ବରୁ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ କରି ବିଭିନ୍ନ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି ଅରୁଣ । ଆଉ ଏବେ ଅରୁଣଙ୍କ ଏହି ସବୁ କଳାକୃତି ରୁ ପ୍ରସ୍ତୁତ କାଠ କାରୁକାର୍ଯ୍ୟ ଗୁଡିକ ମାର୍କେଟରେ ବିକ୍ରି ହେଉଛି ଲୋକେ ବହୁ ଉତ୍ସାହର ସହ ଏହାକୁ କିଣି ନେଉଛନ୍ତି। ଏଇ ଯେମିତି ବ୍ରହ୍ମପୁର ଫେଷ୍ଟିଭାଲ ରେ ଅରୁଣ ଙ୍କ ଷ୍ଟଲରେ ଲୋକଙ୍କ ଅସମ୍ଭାଳ ଭିଡ଼। କାରୁକାର୍ଯ୍ୟରୁ ବାର୍ଷିକ ଲଖାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ।
ଆଜିର ଯୁବପିଢ଼ି ପୁରାତନ କୌଳିକ ଵୃତ୍ତିରୁ ମୁହଁ ଫେରାଉଥିବା ବେଳେ ବର୍ତ୍ତମାନ ଅରୁଣ ଏହି କାଠ କଳାକୃତିର ପ୍ରସାର ନିମନ୍ତେ ଅନେକ ଯୁବକ ମାନକୁ ମାଗଣା ରେ ଏହି ଶିକ୍ଷା ପ୍ରଦାଵ କରିବା ସହ ପାର୍ଟ ଟାଇମ ରୋଜଗାର ମଧ୍ୟ ଦେଇଛନ୍ତି। ପୂର୍ବରୁ ଅରୁଣଙ୍କ ଏପରି କାମ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶଂଶା କରିଛନ୍ତି।
ଆଗକୁ ଏହି କାରୁକାର୍ଯ୍ୟ ଜାରି ରଖିବା ସହ ମାର୍କେଟ ନୁଆଁ ନୁଆଁ ଭେରାଇଟର ଆଇଟମ ଛାଡିବେ ବୋଲି କହିଛନ୍ତି। ଖାଲି ଏତିକି ନୁହଁ ଅରୁଣଙ୍କ ଏହି କାଠର ଚମତ୍କାରିତା କାରୁକାର୍ଯ୍ୟ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସେ ସ୍ଥାନ ପାଇଛନ୍ତି। ଅରୁଣଙ୍କ ଷ୍ଟଲକୁ ଆସୁଥିବା ସମସ୍ତ ଗ୍ରାହକ ମଧ୍ୟ ବେଶ ପ୍ରଶଂସା କରିବା ସହ ଖୁସିବ୍ୟକ୍ତ କରିଛନ୍ତି। ଆଜିର ଯୁବ ପୀଢ଼ି ଚାକିରୀ ପଛରେ ପଡି ନିରାଶ ହେଉଥିବା ବେଳେ ନିଜେ ନିଜ ଚେଷ୍ଠାରେ ନିଜ କଳାକୁ ବ୍ୟବହାର କରି ସ୍ୱାବଲମ୍ବୀ ହୋଇଛନ୍ତି ଅରୁଣ ।