ଦୃଶ୍ୟଟି କେଉଁଠିକାର ଜଣା ନାହିଁ। କିନ୍ତୁ ଏ କଥା ସତ, ଏହା ଆମ ଓଡ଼ିଶା ର କୌଣସି ଏକ ଉତ୍ସବର। ଯେଉଁଠି ଯୁବକଙ୍କୁ ଉନ୍ମତ୍ତ କରିବାକୁ ମେଲୋଡିର ଆୟୋଜନ ହୋଇଛି। ଆଉ ଏହି କାର୍ଯ୍ୟକ୍ରମରେ ନାଚୁଛନ୍ତି ଜଣେ ନର୍ତ୍ତକୀ।
ବାଜୁଛି ସଙ୍ଗୀତ। ମୁଁ ତ ନରମ ନରମ ନିଆଳି ଛେନା, ମତେ ଗରମ ଗରମ ଖାଇବା ମନା। ବାସ୍ ଏତିକି ବେଳେ ନାଚୁ ନାଚୁ ଷ୍ଟେଜ ତଳେ ଚିତପଟାଙ୍ଗ ହେଉଛନ୍ତି ଯୁବତୀ। ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି। ଏପରିକି ତାଙ୍କୁ ଉଦ୍ଧାର କରିବାକୁ ସଙ୍ଗଠନର କର୍ମୀମାନେ ଧାଇଁ ଧପଡି ଆସୁଛନ୍ତି।
କିନ୍ତୁ ଆପଣଙ୍କ ଗୋଚରାର୍ଥେ ଜଣାଇ ଦେଉଛୁ। ନାଚି ନାଚି ଷ୍ଟେଜ ତଳକୁ ଗଳିପଡିଥିବା ନର୍ତ୍ତକୀଙ୍କର ସାମାନ୍ୟ କଷ୍ଟ ଦୃଷ୍ଟିଗୋଚର ହେଉନି। ସେ ଷ୍ଟେଜ ଉପରକୁ ଲେଉଟୁଛନ୍ତି। ଆଉ ପୁଣି ବାଜୁଛି, ମୁଁ ତ ନରମ ନରମ ନିଆଳି ଛେନା, ମତେ ଗରମ ଗରମ ଖାଇବା ମନା….।