ଓଃ କି ଆନନ୍ଦ ତାର । ଭାରି ଆନନ୍ଦରେ ସେ ଖାଇଚାଲେ ହଁ ଆଜ୍ଞା ସେ ମାଙ୍କଡ଼ଟିଏ । ସିଂହଦ୍ୱାର ତାର ଘର । ସେଇଠି ଘଣ୍ଟା ଘଣ୍ଟା ବିତାଏ । ସେଇଠି ଖେଳକୁଦ କରେ । ସମସ୍ତଙ୍କ ସାଙ୍ଗରେ ତାର ବନ୍ଧୁତା ।ସେ ଦିନେ ନଆସିଲେ ସେବାୟତ ମାନେ ବି ଖୋଜନ୍ତି। ଦେଖୁନାହାନ୍ତି କେଡେ ବହପ ତାର ।ଡର ଭୟ ନାହିଁ ସେବାୟତଙ୍କ ଓଠରେ ଓଠ ମିଶେଇ ଦଉଛି ।କାଳିଆ ଦୁଆରେ ତ ସଭିଏ ଏକାକାର ।
ମନୁଷ୍ୟ ହେଉ କି ମାଙ୍କଡ଼,ଅବା,ବିଲେଇ ବା ପାରା ସଭିଏଁ ସେଠି ସୁରକ୍ଷିତ ।ଏତେ ଏତେ ଭକ୍ତଙ୍କ ସମାଗମ ଭିତରେ ବି ଏମାନେ ଏଠି ଘଣ୍ଟା ଘଣ୍ଟା ବିତେଇଥାନ୍ତି । ଆଉ ପ୍ରତ୍ୟକ ସକାଳୁ ମଙ୍ଗଳ ଆଳତି ସମୟରେ ଏମାନଙ୍କୁ ଦେଖିବାକୁ ମିଳେ । ସ୍ନେହ,ଭାବ,ପ୍ରେମର ନିଦର୍ଶନ କଳାଠାକୁରଙ୍କ ପାଖରେ ଡର ବା କାହାକୁ ।ସିଂହଦ୍ୱାରେ ଏଇ ସବୁ ଦୃଶ୍ୟ ଦେଖିଲେ ଭାରି ଆନନ୍ଦ ଲାଗେ ।ଆଉ ପାଟିରୁ ବାହାରି ଆସେ ଜୟ ଜଗନ୍ନାଥ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ