ଏଠି ରହୁଥିବା ଜୀବନଗୁଡାକ ଯେମିତି ଜୀବନ ନୁହେଁ। ଏ ଏଭିକ୍ସନ ପାଇଁ ନୋଟିସ୍ ଟଙ୍ଗେଇବାକୁ ଯାଗା ନାହିଁ। ଏଠି ପୁଲିସ ମଣିଷର ସୁରକ୍ଷା ପାଇଁ ଘେରି ରହିଛି। ହେଲେ ଏ ଘରେ ବସା ବାନ୍ଧିଥିବା ଜୀବନଗୁଡାକ ଅକାରଣରେ ଦଣ୍ଡ ପାଇଛନ୍ତି। ପୁଲିସ ତାଙ୍କ ବିଷୟରେ କିଛି ହିସାବ ରଖିନି। କେତେ ଥିଲେ, କେତେ ଉଡିଗଲେ ଆଉ କେତେ ମରିଗଲେ କୋଉ ଖବରରେ ଏ କଥା ଛପିବନି।
ଅନେକ ପକ୍ଷୀଙ୍କ ଠିକଣା ପାଲଟିଥିବା ଏ ଘର ଯେତେବେଳେ ଭାଙ୍ଗେ ସେତେବଳେ ଶବ୍ଦ ହୁଏ ସତ। ହେଲେ ଛଟପଟେଇ ଯାଇଥିବା ଏ ଚଢେଇଗୁଡାକଙ୍କ ଦୁଃଖ କେହି ବୁଝନ୍ତିନି। ଲଥ କରି ମାଟି ଉପରେ ଠିଆ ଠିଆ ଶୋଇପଡିଲା ଘର। ବେଘର ହେଇଗଲେ କିଛି ପକ୍ଷୀ। ଆପଣା ଇଚ୍ଛାରେ ଅତର୍କିତ ନିଷ୍ପତ୍ତି ନେଲେ ଉଡିଯିବାକୁ। ହେଲେ ଉଡିବାକୁ ଚେଷ୍ଟା କରି, ଡାଳ ପତ୍ରର ଉହାଡରେ ଆଉ କିଛି ଜୀବନ ମୁରୁଛିଲେ ସେଇଠି।
ଏ ଚଢେଇଗୁଡାଙ୍କ ଭିତରୁ କାହାର ଛୁଆ ବସାରେ ଥିବ, କାହାର ମା’ ଖାଦ୍ୟ ଆଣି ଯାଇଥିବ। ହେଲେ ମୁହଁ ସଞ୍ଜରେ ଫେରିଲା ବେଳକୁ ଘର ନ ଥିବ। ହଜିଯାଇଥିବ ଠିକଣା।
ଏଠି ଏଭିକ୍ସନ ଟିକେ ଅଲଗା ପ୍ରକାର। ଏଠି କିଛି ଚଢେଇ ବି ମୁର୍ଦ୍ଦାର । ଆଉ ଚଢେଇର ବସା ଘର ବି ମୁର୍ଦ୍ଦାର ।