ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାମ ଲିଷ୍ଟରେ ନଥିବା ଦେଖି ତାଙ୍କର ସ୍ବପ୍ନ ମଉଳି ଯାଇଛି । ତଥାପି ଗ୍ରାମର କିଛି ଲୋକେ ଏହି ଭିନ୍ନକ୍ଷମ ୨ ପିଲାଙ୍କୁ ଧରି ରାଜନଗର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ଲକ ଉନ୍ନୟନ ଅଧିକାରୀ ତାଙ୍କୁ ଆଶ୍ୱାସନା ଦେଇ ଘରକୁ ଫେରେଇ ଦେଲେ। ଯଦି ଭିନ୍ନକ୍ଷମ ପରିବାରକୁ ସରକାରୀ ଯୋଜନାରେ ବାଦ ଦିଆଯାଉଛି ତେବେ ସରକାରୀ ଯୋଜନା କାହା ପାଇଁ ? ସରକାର ଏ ଭିନ୍ନକ୍ଷମ ପରିବାର ପ୍ରତି ପାତର ଅନ୍ତର ନ କରି ଖଣ୍ଡିଏ ପକ୍କାଘର ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।