ଗୋପରୁ ନାଗପୁର ଦେଇ ପୁରୀ ଗଲାବେଳେ ଯାଉଁଳି ପୋଖରୀ ବଜାରର ବାମ ପାର୍ଶ୍ୱରେ ଦୁଇ କିଲୋମିଟର ଗଲେ ପଡେ ବାବା ବାଙ୍କେଶ୍ୱରଙ୍କ ପୀଠ । ବାବା ନିଜେ ଏଠାରେ ଆବିର୍ଭାବ ହୋଇଛନ୍ତି । ବାବା ନିଜେ ଏକ କାଳିଗାଈ ରୂପରେ ମନ୍ଦିର ପୂଜକଙ୍କୁ ଦର୍ଶନ ଦେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଗାଈଟି ପ୍ରତ୍ୟହ ଏଠାକୁ ଆସିବା ମାତ୍ରକେ ତା ଚିରରୁ ଆପେ ଆପେ କ୍ଷୀର ଝରି ଥାଏ । ଏଭଳି ଅଲୌକିକ ଦୃଶ୍ୟକୁ ଦେଖି ପୂଜକ ଆର୍ଶଯ୍ୟ ହୋଇ ଯାଇଥିଲେ । ପରେ ବାବାଙ୍କ ସ୍ୱପ୍ନା ଦେଶ ପରେ ଏଠାରେ ମନ୍ଦିର ନିର୍ମାଣ କରାଯାଇ ପୂଜାର୍ଚନା କରାଯାଉଛି । ପ୍ରାଚୀନ ମୁଖ ଶ୍ରୁତିରୁ ବାବାଙ୍କ ଅଲୌକିକ ମାହାତ୍ମ୍ୟ ବିଷୟରେ ଜଣାପଡେ ।
ଜାଗର ହେଉଛି ପ୍ରଭୁଙ୍କ ମୁଖ୍ୟ ଯାତ୍ରା। ଜାଗର ଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ବ୍ରତ ପାଳନ କରିଥାନ୍ତି । 12 ମାସରେ ତେର ପର୍ବ ଭଳି ପ୍ରତ୍ୟାହ ଏଠାରେ ଉତ୍ସବ ପାଳନ କରାଯିବା ସହିତ ସ୍ୱତନ୍ତ୍ର ରୀତିନୀତି ଅନୁଯାଇ ପ୍ରଭୁଙ୍କ କାର୍ଯ୍ୟ ସଂପାଦନ କରାଯାଇଥାଏ । ବାବା ବାଙ୍କେଶ୍ୱରଙ୍କ ନାମ ଧରିବା ମାତ୍ରକେ ଶ୍ରଦ୍ଧାଳୁ ମିଛ କହିବା ଭୁଲିଯାନ୍ତି । ପ୍ରତ୍ୟକ ସମସ୍ୟାର ସମାଧାନ ବାବାଙ୍କ ପାଖରେ କରାଯାଇଥାଏ । ଯଥା ଚୋରି ହୋଇଥିବା ପଦାର୍ଥ ଫେରିପାଇବା ପାଇଁ ଏଠାରେ ହଲପ କଲେ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଏଠାରେ ମିଛ କହିବା ମହାପାପ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଭକ୍ତ ସମସ୍ୟାର ସମାଧାନ ପାଇଁ ଏଠାକୁ ଆସିଥାନ୍ତି ।
ହେଲେ ବିଡମ୍ବନାର ବିଷୟ ମନ୍ଦିରର ଚତୃପାର୍ଶ୍ୱର ସ୍ୱସ୍ଥତା ଓ ବିକାଶ ଯେଉଁଭଳି ହେବା ଆବଶ୍ୟକ ସେଭଳି ହେଉନାହିଁ ବୋଲି ଦୁଃଖ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।