ହେଲେ ବିବାହ ପାଇଁ ପ୍ରେମିକ ଜଣଙ୍କ ମନା କରିଦେଇଥିଲେ । କିନ୍ତୁ ଶାରିରୀକ ସମ୍ପର୍କ ରଖିବାକୁ ବିଭିନ୍ନ ସମୟରେ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ପ୍ରେମିକା ମନା କରିବାରୁ ତାଙ୍କୁ ବିଭିନ୍ନ ସମୟରେ ମାଡ ମାରି ଥିବା କହିଛନ୍ତି ପ୍ରେମିକା ଜଣକ । ଉଭୟଙ୍କ ଭିତରେ ଥିବା ପ୍ରେମ ସମ୍ପର୍କକୁ ନେଇ ପରିବାରରେ ମଧ୍ୟ ମନୋମାଳିନ୍ୟ ହୋଇଛି ।
ତେବେ ଗତ କାଲି ପ୍ରେମିକ ସହ କଥା ନହେବାରୁ ତାଙ୍କୁ ଯୁବକ ଜଣକ ମାଡମାରି ଲହୁ ଲୁହାଣ କରିଥିବା ଅଭିଯୋଗ କରିଛନ୍ତି । ମୋ ସହ ସମ୍ପର୍କ ନରଖିଲେ ଜୀବନରୁ ମାରି ଦେବି ବୋଲି ଚେତାବନି ଦେଇଥିବା ଅଭିଯୋଗ ହୋଇଛି ।
କଲେକ୍ଟରଙ୍କ ପିଏସଓ ମୋର ସାଙ୍ଗ, ପୋଲିସ ଏସପି ମୋର ଚିହ୍ନା ଲୋକ ତତେ ମାରି ଦେଲେ ବି ମୋର କିଛି ଅସୁବିଧା ହେବ ନାହିଁ ବୋଲି ପ୍ରେମିକ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା । ଆମକୁ ନ୍ୟାୟ ମିଳୁ ଓ ଅଭିଯୁକ୍ତକୁ ଉଚ୍ଚିତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ତେବେ ଯୁହତୀଙ୍କ ଲିଖିତ ଅଭିଯୋଗ ପରେ ସୋନପୁର ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।