ଝଗଡା ହେବାରୁ ଛୁଆକୁ ବିଚ୍ ରାସ୍ତାରେ ଛାଡି ଚାଲିଗଲେ ବାପା -ମାଆ
ବେତଡା ବଜାରର କିଛି ଦୂରରେ ସ୍ୱାମୀ ରାଜେନ୍ଦ୍ର ଦାସ ଓ ସ୍ତ୍ରୀ ସୀମାରାଣୀ ଦାସ ରହୁଥିଲେ । ଉଭୟଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ କଳି ଝଗଡା ଲାଗି ରହୁଥିଲା । ଯେଉଁଥିପାଇଁ ସ୍ତ୍ରୀ ଘର ଓ ଦୁଇ ପିଲାଙ୍କୁ ଛାଡି ବାପ ଘରେ ରହୁଥିଲା । ଏପଟେ ବାପା ପିଲାଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡ଼ି କାମକୁ ଯାଇଥାଏ । ହେଲେ କିଛି ଦିନ ତଳେ ବାପ ଅଢେଇ ବର୍ଷର ଶିଶୁପୁତ୍ରକୁ 18ହଜାରେ ଟଙ୍କାରେ ବିକ୍ରି କରିଥିବା ମା ଜାଣିବା ପରେ ବାସୁଦେବପୁର ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀକୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷରେ ଶିଶୁପୁତ୍ରଟିକୁ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର କରିଥିବା ଜଣାପଡିଛି।