ଢ଼େଙ୍କାନାଳ: ଶୈଶବ ଅବସ୍ଥାରେ ଦଇବର ଦାରୁଣ ଦୁଃଖ । ବହି ଖାତା ଧରି ସ୍କୁଲ ବେଞ୍ଚରେ ବସି ପାଠ ପଢିବା ବଦଳରେ ଦିନ ରାତି ବିଛଣା ରେ କଟୁଛି ଜୀବନ। ଟଙ୍କା ନଥିବାରୁ ଚିକିତ୍ସାରେ ଅର୍ଥକ ସାଜିଛି ବାଧକ। ଏ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନେସି ଦୁଇ ନମ୍ବର ୱାର୍ଡ ନୂଆ କୁମରଦ ଗ୍ରାମର ମଦନ ଦେହୁରୀ ଓ ଗୋଲାପ ଦେହୁରୀଙ୍କ ପୁତ୍ର ଟିକି ଦେହୁରୀ । ଟିକି ଜନ୍ମ ହେବାର କିଛିଦିନ ପରେ ତାଙ୍କ ଦୁଇଟି ଯାକ ଆଖିରେ କିଛି ପ୍ରୋବେଲମ ଦେଖିବାକୁ ମିଳିଥିଲା । ଟିକିଙ୍କ ବାପା ମା ତାଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ, ମାତ୍ର ଆଖି ଆଉ ଭଲ ହୋଇପାରିନଥିଲା। ସମୟକ୍ରମେ ଧୀରେ ଧୀରେ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ମଧ୍ୟ ଅଚଳ ହୋଇପଡ଼ିଲା । ଟିକି ନା ଆଉ ଶୁଣି ପାରୁଛନ୍ତି,ନା କିଛି କହି ପାରୁଛନ୍ତି,ନା ଚାଲି ପାରୁଛନ୍ତି। ସେମିତି ଖଟିଆ ଉପରେ ବିଛଣା ରେ ପଡ଼ି ପଡ଼ି ଜୀବନ ଯାଉଛି।
ପଢନ୍ତୁ ଓଡିଶା ଖବର
ମଦନ ଜଣେ ଦିନ ମଜୁରୀଆ ହୋଇଥିବାରୁ ପୁଅକୁ ଅଧିକ ଚିକିତ୍ସା କରିବା ପାଇଁ ଟଙ୍କା ନାହିଁ । ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡୁଛି । ମଦନ ଓ ଗୋଲାପଙ୍କର ଏକ ମାତ୍ର ପୁଅ ହୋଇଥିବାରୁ ପୁଅ ମୁହଁକୁ ଚାହିଁ ଚାହିଁ ଏବେ ସମୟ ଟିକକ କଟୁଛି । ଯଦି ସରକାର କିଛି ସାହାଯ୍ୟ ସହଯୋଗ କରନ୍ତେ ତେବେ ପୁଅ ର ଅଧିକ ଚିକିତ୍ସା କରାଯାଇ ପାରାନ୍ତେ ବୋଲି ଟିକି ଙ୍କ ବାପା ମଦନ କହିଛନ୍ତି। କେବେ ସରକାରଙ୍କ ଦୃଷି ଟିକି ଙ୍କ ଉପରେ ପଡୁଛି । ପୁଣି ଟିକି ସୁସ୍ଥ ହୋଇ ସାଙ୍ଗ ମାନଙ୍କ ସହ ସ୍କୁଲ ଯାଇ ଖେଳ କୁଦ କରିବାକୁ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା।