ଅର୍ଗସ ବ୍ୟୁରୋ : ପ୍ରଥମେ ପ୍ରେମ ତା ପରେ ଶାରିରୀକ ସମ୍ପର୍କ । ଆଉ ସେ ମିଛ ସମ୍ପର୍କରୁ ମୁଁ ଗର୍ଭବତୀ ହେଲି । କିନ୍ତୁ ଏବେ ସେ ବଦମାସ୍ କହୁଛି, ମତେ ବାହା ହବନି, ମୁଁ ଏବେ କଣ କରିବି ? ଲଭ, ସେକ୍ସ ଆଉ ଧୋକାର ଧନ୍ଧା ଭିତରେ ଫଶି ଯାଇଛନ୍ତି ଏ ନାବାଳିକା ଜଣକ । ପ୍ରଥମେ ପ୍ରେମ ଜାଲରେ ଫଶିଲେ। ତା ପରେ ବଢିଲା ଅନ୍ତରଙ୍ଗତା। ଦୁର୍ବଳ ମୁହୂର୍ତ୍ତର ଶିକାର ହେଲେ ଯୁବତୀ, ନିଭୃତ୍ତ କୋଠରିରେ ଏକାଠି ହେବା ପରେ ସେ ହେଲେ ଗର୍ଭବତୀ । କିନ୍ତୁ ପରେ ସେ ଗର୍ଭପାତ କରାଇଲା । ଏବେ ସେ କହୁଛି ବାହା ହବନି ।
ଏଭଳି ବର୍ବର କାଣ୍ଡ ଘଟିଛି ଯାଜପୁର ଜିଲ୍ଲାର ଟମକା ଥାନା ଅଞ୍ଚଳରେ । ନାବାଳିକାଙ୍କୁ ବିବାହ ପ୍ରତିଶୃତି ଦେଇ ପ୍ରଥମେ ପ୍ରେମ କଲେ ଓ ପରେ ଜୋରଜବରଦସ୍ତ ଅନିଚ୍ଛାକୃତ ଶାରିରୀକ ସମ୍ପର୍କ ରଖିଲା ଯୁବକ । ନାବାଳିକା ଅନ୍ତସତ୍ତ୍ବା ହେବା ପରେ ଅସାମାଜିକ ଯୁବକ ଔଷଧ ପ୍ରୟୋଗ କରି ନାବାଳିକାଙ୍କ ଗର୍ଭପାତ କରାଇଲା ଯୁବକ । ପରେ ନାବାଳିକାଙ୍କୁ ପ୍ରତାରଣା କରିବା ସହ ହତ୍ୟା ଧମକ ମଧ୍ୟ ଦେଲା ।
ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ନାବାଳିକା ଓ ତାଙ୍କ ପରିବାର । ଅଭିଯୋଗକୁ ଭିତ୍ତି କରି ଟମକା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ୍ କରିଥିବା ଜଣା ପଡିଛି । ଅଭିଯୁକ୍ତ ଯୁବକ ସ୍ଥାନୀୟ ସମରପିଟା ଅଞ୍ଚଳର ଗୋବିନ୍ଦ ଟୁଡୁ ବୋଲି ଜଣାପଡିଛି । ନାବାଳିକା ଏବଂ ଅଭିଯୁକ୍ତ ଯୁବକକୁ ଦାନଗଦୀ ମେଡିକାଲକୁ ଆଣି ସେଠାରେ ଡାକ୍ତରୀ ମାଇନା କରାଯାଇଛି । ନାବାଳିକାଙ୍କ ଅଭିଯୋଗ ଓ ବୟାନକୁ ଆଧାର କରି ପୋଲିସ ପୋକ୍ସୋ ଏବଂ ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।