ସେହିପରି ମେୟର ଏକାଦଶ ଟିମ୍ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ମାତ୍ର ୯୨ ରନ ସଂଗ୍ରହ କରିଥିଲା। ମେୟର ଏକାଦଶ ଟିମ୍ ତରଫରୁ କର୍ପୋରେଟର ବସନ୍ତ ବେହେରା ସର୍ବାଧିକ ୧୪ ରନ ସଂଗ୍ରହ କରିଥିଲେ। କଟକ ମହାନଗର ନିଗମ ମେୟର ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଓ ରନର ଅପ୍ ଟିମ୍ ସହ ବେଷ୍ଟ ବ୍ୟାଟ୍ସମ୍ୟାନ୍, ବେଷ୍ଟ ବୋଲର, ମ୍ୟାନ ଅଫ ଦି ମ୍ୟାଚ୍, ମ୍ୟାନ ଅଫ ଦି ସିରିଜ ଓ ମ୍ୟାନ ଅଫ ଦି ସ୍ପିରିଟ ପୁରସ୍କାର ପ୍ରଦାନ କରିଥିଲେ। ଆଗାମୀ ସମୟରେ ବ୍ରହ୍ମପୁର, ଭୁବନେଶ୍ୱର ମହାନଗର ନିଗମକୁ ମଧ୍ୟ ଏଭଳି ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ପାଇଁ ନିମନ୍ତ୍ରଣ କରାଯିବ ବୋଲି ମେୟର କହିଛନ୍ତି।
ଅଧିକ ଓଡିଶା ଖବର ପଢ଼ନ୍ତୁ