କରୋନା ମହାମାରୀ ଯୋଗୁ ବିଗତ ତିନିବର୍ଷ ହେବ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କଲେଜ ପରିସରରେ ଦିନ ୧୧ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ କହିଛନ୍ତି ସଭାପତି ଦେବାଶିଷ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ବହୁ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହାସହ କଲେଜର ପୁରାତନ ଛାତ୍ର ଆଦିତ୍ୟ ପ୍ରସାଦ ଦାସ ଯିଏକି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ପଦ୍ମଶ୍ରୀ ଉପାଧି ପାଇଛନ୍ତି ତାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯିବ। ଏହାବ୍ୟତୀତ ଏଲ୍ଆଇସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ସି ପଟ୍ଟନାୟକ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ବିଜେବି କଲେଜରେ ଆୟୋଜିତ ହେବ ବନ୍ଧୁମିଳନ

ଅର୍ଗସ ବ୍ୟୁରୋ: ବିଜେବି କଲେଜ ପୁରାତନ ଛାତ୍ର ସଂଘ - ବିଜେବି ଫ୍ରେଣ୍ଡସ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ବନ୍ଧୁ ମିଳନ । ଆସନ୍ତା ଡିସେମ୍ବର ୧୧ ତାରିଖରେ ଏହା ଅନୁଷ୍ଠିତ ହେବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି।
Download Argus News App
