ଆଜି ଭୋଟ୍ ଦେଉଛି ପଦମପୁର। ନିଜର ବିଧାୟକ ବାଛୁଛନ୍ତି ପଦମପୁର ବାସୀ । କିନ୍ତୁ ଏହାରି ଭିତରେ କିଛି ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦୀ ଦେଖିବାକୁ ମିଳିଛି।୨ ଲକ୍ଷ ୫୭ ହଜାର ମତଦାତା ବାଛିବେ ବିଧାୟକ ।ସମୁଦାୟ ୩୧୯ଟି ବୁଥ୍ରେ ଭୋଟ ଗ୍ରହଣ ହେଉଛି
ବୁଥ୍ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରିବା ସହ ବୁଥ କ୍ୟାପ୍ଚରିଂ କରିଛନ୍ତି ବିଜେଡି କର୍ମୀ

ଅର୍ଗସ ବ୍ୟୁରୋ: ଝାରବନ୍ଧ ବ୍ଲକ ୭୩ ନଂ ବୁଥ୍ରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବୁଥ୍ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରିବା ସହିତ ବୁଥ କ୍ୟାପ୍ଚରିଂ କରିଛନ୍ତି ବିଜେଡିର କିଛି କର୍ମୀ । କ୍ୟାମେରାରେ ଭିଜୁଆଲ ନେବାରୁ କ୍ୟାମେରା ମ୍ୟାନଙ୍କୁ ହଇରାଣ କରିବା ସହିତ ବିଜେଡି ଲୋକ ମୋବାଇଲରେ ଭିଡିଓ କରୁଛନ୍ତି । ଆମ ରିପୋର୍ଟର ଲାଇଭ ଦେବା ସମୟରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ।
Download Argus News App
