ପୁଅ ମଧ୍ୟ ଠାକୁର ସେବା କରି ସଂସାର କରିବ । ହେଲେ ଦଇବ ଦାଉ ସାଜିଲା। ମୋ ଠାରୁ ମୋ ପୁଅକୁ କୁଆଡ଼େ ହଜାଇ ଦେଲା। ମୁଁ ଏବେ କାହା ମୁହଁ ଚାହିଁ ବଞ୍ଚିବି। ଯାହାକୁ ନାହିଁ ତାହାକୁ ଦେଖି କଇଁ କଇଁ ହୋଇ କାନ୍ଦି ପକାଇ ନିଜ ପୁଅକୁ ଖୋଜି ବୁଲୁଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧିନ ତଣ୍ଡିକୂଳ ପଞ୍ଚାୟତ ଦୋଗଡା, ଶଙ୍କରସାହି ଗାଁର ସ୍ଵର୍ଗତ ଧୂଳେସ୍ଵର ଦାସ ଙ୍କ ପତ୍ନୀ ସେବତୀ ଦାସ।
ଖାଲି ସେତିକି ନୁହେଁ ପୁଅର ଫୋଟ କୁ ଧରି ଖୋଜି ଚାଲିବା ସହ କାହାଠାରୁ ବୁଝି ସେବତୀ ବାଲିକୁଦା ଥାନାର ଦ୍ୱାରସ୍ଥ ହୋଇଥିଲେ l ଯେହେତୁ ବହୁ ଦିନର ଘଟଣା ପୁଲିସ ପ୍ରଥମେ ମନl କରି ଦେଇଥିଲେ। ପରେ ଆଖିରେ ଆଖିଏ ଲୁହ ଦେଖି ପୁଣି ପଛ ରୁ ଡାକି ବୁଝିଥିଲେ I ବାପ ମୃତ୍ୟର 2 ବର୍ଷ ପରେ ଅର୍ଥାତ୍ 2008 ରେ ପୁଅ ଶୀଲନ ଓରଫ ଶ୍ରୀଧର ଦାସ, କଟକ ବାଦାମବାଡ଼ି କୁ ଚାକିରି କରିବା ପାଇଁଯାଇଥିଲେ। ଥରେ ଆସି ମୁଢ଼ି, ଆଉ ହାତରେ ପାଞ୍ଚଶହ ଟଙ୍କା ଦେଇକି ଯାଇଛି ଯେ ଯାଇଛି।
ଆଉ ସେହି ଦିନ ଠାରୁ ଘରକୁ ଫେରି ନାହାଁନ୍ତି। ସେବେଠାରୁ ସେବତୀ ଭାତ ଖାଇ ନାହାଁନ୍ତି। ଗଣ୍ଡେ ଗଣ୍ଡେ ଚୁଡ଼ା ଖାଇ ଅl' ତା, ପଡ଼ିଶା ପିଣ୍ଡାରେ କି ଖରା, ଶୀତ ରେ ମୁଣ୍ଡ ଗୁଞ୍ଜି ବଞ୍ଚୁଛନ୍ତି I
ମା ସେବତୀ ବାଟରେ ଯାଉଥିବା ବେଳେ ସାଇକେଲ ଧକ୍କା ହୋଇ କଟି ଭାଙ୍ଗି ପଡିଥିଲେ, ସେବେଠୁ ଆଶl ବାଡ଼ି ସାହାରା କୁ ଏବେ ନୟନ ପିତୁଳା ଆଶାବାଡ଼ି କୁ ଖୋଜି ଚାଲୁଛନ୍ତି I ନିଜର ସାତ ଅlଠ ଗୁଣ୍ଠ ଜଳଜମି କୁ ଏକ ଗୁଣ୍ଠ ଘର ଢିଅ ତାହା ଅଲୋଡା ହୋଇ ପଡିଛି। ଢିଅ ରେ କଦଳୀ ଗଛ ଜଙ୍ଗଲ। ବାତ୍ୟା ପରେ ସରକାର ତାଙ୍କୁ ଇନ୍ଦିରା ଆବାସ ଯୋଗାଇ ଦେଇଥିଲେ l ତାହା ମଧ୍ୟ ସେ କରି ପାରି ନାହାଁନ୍ତି I ଯଦିଓ ଘର କରିବେ କାହା ପାଇଁ ବୋଲି କହିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।