ଅଧିକ ପଢନ୍ତୁ-୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିଲା ସେତୁ
ଏହି ତଦନ୍ତ ସମୟରେ ARSS କମ୍ପାନୀ ଭାଙ୍ଗି ପଡିଥିବା ଗାର୍ଡରର ପ୍ରାୟ ୧୦ ମିଟର ଅଂଶକୁ ବିଭାଗୀୟ ଅନୁମତି ବିନା ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତଦନ୍ତକାରୀ ଅଧିକାରୀ । ସେହିପରି ଗାର୍ଡରର ବିଭିନ୍ନ ଅଂଶରୁ ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ଏହି ଟିମ୍ ପଠାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ପକ୍ଷରୁ ୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇ ଏହି ପୋଲଟି ନିର୍ମାଣ କରାଯାଇଥିଲା । ୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ହେଲେ ପୋଲଟି ଭୁଶୁଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
ଅଧିକ ପଢନ୍ତୁ ଓଡିଶା ଖବର...