ଷ୍ଟାଡିୟମ ନିର୍ମାଣ ସମୟରେ ରେଢାଖୋଲ ବିଧାୟକ ରୋହିତ ପୁଜାରୀ ମଧୁ ଗଡତିଆ ନାମ କରଣ କରିବା ପାଇ ପ୍ରତିଶୃତି ଦେଇଥିଲେ । ହେଲେ ସବୁ ପ୍ରତିଶୃତି ପାଣିର ଗାର ହୋଇଛି। କଥା ଦେଇ କଥା ରଖିଲେନି ବିଧାୟକ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଧାୟକ ପ୍ରତିଶୃତି ପୂରଣ କଲେନି।ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ହକି ଖେଲାଲି । ରେଢାଖୋଲ ବିଧାୟକ ପ୍ରତିଶୃତି ପୂରଣ କଲେନି।ବାଧ୍ୟ ହୋଇ ଜିଲ୍ଲାପ୍ରଶାସନ ଦ୍ଵାରସ୍ଥ ହେଲେ ହକି ଖେଲାଲି । ସମ୍ବଲପୁର ଜୁଜୁମୁର୍ରାରେ ନୂତନ ଭାବେ ନିର୍ମାଣ ହୋଇଥିବା ହକିଷ୍ଟାଡିୟମକୁ ମଧୁ ଗଡତିଆ ନାମ କରଣ ପାଇ ଜିଲ୍ଲାପାଳ ଦ୍ଵାରସ୍ଥ ହୋଇଛନ୍ତି ଖେଲାଲି ମାନେ ।
ଷ୍ଟାଡିୟମ ନିର୍ମାଣ ସମୟରେ ରେଢାଖୋଲ ବିଧାୟକ ରୋହିତ ପୁଜାରୀ ମଧୁ ଗଡତିଆ ନାମ କରଣ କରିବା ପାଇ ପ୍ରତିଶୃତି ଦେଇଥିଲେ । ହେଲେ ସବୁ ପ୍ରତିଶୃତି ପାଣିର ଗାର ହୋଇଛି। କଥା ଦେଇ କଥା ରଖିଲେନି ବିଧାୟକ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: FIH ପ୍ରୋ ହକି ଲିଗ୍ । ପେନାଲ୍ଟି ସୁଟଆଉଟରେ ବ୍ରିଟେନକୁ 4-2ରେ ହରାଇଲା ଭାରତ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ତେବେ ନିର୍ଦ୍ଧାରିତ ସମୟରେ ଉଭୟ ଟିମ୍ 4-4 ଗୋଲ କରିଥିଲେ । ଭାରତ ପକ୍ଷରୁ ହରମନପ୍ରୀତ ସିଂ, ମନଦୀପ ସିଂ ସୁଖଜିତ ଓ ଅଭିଷେକ ଗୋଟିଏ ଲେଖାଁଏ ଗୋଲ କରିଥିଲେ । ସେହିପରି ବ୍ରିଟେନ ପକ୍ଷରୁ ଓ୍ବାର୍ଡ୍ ସାମ 4ଟି ଗୋଲ କରିଥିଲେ ।
ତେବେ ମ୍ୟାଚ୍ ପୂର୍ବରୁ ବାଲେଶ୍ବର ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ନିରବ ପ୍ରାର୍ଥନା ସହ କଳା ବ୍ୟାଚ୍ ପିନ୍ଧିଥିଲେ ଭାରତୀୟ ହକି ଦଳର ଖେଳାଳି ।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: ଆଜି ଭାରତ ସହ ଗ୍ରେଟ ବ୍ରିଟେନର ହକି ମ୍ୟାଚ ଥିଲା। ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଲଣ୍ଡନର ଲି ଭ୍ୟାଲି ଷ୍ଟାଡିୟମରେ ଗୋଟିଏ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଓଡିଶାର ବାଲେଶ୍ବରରେ ହୋଇଥିବା ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଏଥିରେ ୨୮୮ ଜଣ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଷ୍ଟାଡିୟମରେ ୧ ମିନିଟର ଶୋକ ସଭା କରାଯାଇଥିଲା।
ବାଲେଶ୍ବରର ବାହାନଗାରେ ଗତ ଶୁକ୍ରବାର ଘଟିଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ ସାରା ଦେଶରେ ଶୋକର ଛାୟା। ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ମଧ୍ୟ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ, ରାଜନେତା, କ୍ରୀଡ଼ାବିତଙ୍କ ସହ ବଲିଉଡ ସେଲିବ୍ରିଟିମାନେ ଏହାଦ୍ବାରା ପ୍ରଭାବିତ ହୋଇଥିଲେ ଏବଂ ସମସ୍ତେ ଶୋକ ପ୍ରକାଶ କରିଥିଲେ। ବାଲେଶ୍ବର ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି। ଏହି ଦୁର୍ଘଟଣା ଖେଳଜଗତରେ ମଧ୍ୟ ବଡ଼ ଝଟକା ଦେଇଛି।
ଅଧିକ ପଢ଼ନ୍ତୁ ଖେଳ ଖବର
ଅର୍ଗସ ବ୍ୟୁରୋ: ଭଗବାନ ଏଭଳି ଦୁଃଖ କାହାକୁ ନ ଦିଅନ୍ତୁ। ଏଭଳି ଘଟଣା କେବେ ନଘଟୁ। ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିକି ବସରେ ଯିବାବେଳେ ପୁଣି ଘଟିଲା ଦୁର୍ଘଟଣା। ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପିଛା ଛାଡ଼ୁନି ବିପଦ । ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କୁ ବାଲେଶ୍ୱରରୁ ନେଇ ଯାଉଥିବା ଗୋଟିଏ ବସ୍ ବେଙ୍ଗଲର ମେଦିନିପୁରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ବସ୍ ଯୋଗେ ଆଜି ଟ୍ରେନ ଟ୍ରାଜେଡିରେ ଆହତ ଲୋକଙ୍କୁ ବେଙ୍ଗଲ ପଠା ଯାଇଥିଲା । ତେବେ ମେଦିନିପୁର ସ୍ଥିତ ଜାତୀୟ ରାଜପଥରେ ବସ୍ ସହ ଗୋଟିଏ ପିକ ଅପ୍ ଭ୍ୟାନ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ଲୋକମାନେ ବସ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ।
ସେମାନଙ୍କୁ ବେଙ୍ଗଲର ବିଭିନ୍ନ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ଘଟଣା ଗ୍ରସ୍ତ ବସରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିଲା। ଏଥିସହ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରିଥିଲା। ଏବେ ସବୁ କିଛି ସ୍ୱାଭାବିକ ରହିଛି। ଦୁର୍ଘଟଣାରେ ବସ୍ର ସାମ୍ନାପଟ କ୍ଷତି ଗ୍ରସ୍ତ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର