ଖବର ପାଇ ଦିଘା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରାମନଗରରୁ ଅଗ୍ନିଶମର ଦୁଇଟି ଟିମ୍ ଅନେକ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଥିଲା । ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।
ହୋଟେଲ କର୍ମଚାରୀଙ୍କ କହିବା ଅନୁଯାୟୀ ହୋଟେଲରେ ବୈଦ୍ୟୁତିକ କାର୍ଯ୍ୟ ଚାଲିଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସେମାନେ କହିଛନ୍ତି । ସେହି ସମୟରେ ହୋଟେଲରେ ଥିବା ପର୍ଯ୍ୟଟକମାନେ କୌଣସି ପ୍ରକାରରେ ଡେଇଁ ପଡ଼ିଲେ, କେହି କେହି ରେଲିଂ ଦ୍ୱାରା ଓହ୍ଲାଇଥିଲେ । ରାମନଗର ଅଗ୍ନିଶମ ବିଭାଗର ଦୁଇଟି ଇଞ୍ଜିନ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା ।