ଅଧିକ ପଢନ୍ତୁ : କାମ ଦେବା ବାହାନାରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ
ହେଲେ ଘଟଣା ବାରମ୍ବାର ବେହାପରେ 2020 ମସିହାରେ ବରହମପୁର ଥାନାରେ ଉଭୟେଙ୍କ ମଧ୍ୟରେ ଥାନାରେ ବୁଝାବଣା ହୋଇଥିଲା। ପରେ ଦୀପ୍ତିଙ୍କ ସହ ଗାଁର ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଯାହାକୁ ବିରୋଧ କରିଥିଲେ ସବିତା। ଯାହାକୁ ନେଇ ବହୁବାର ସବିତା ଓ ଦୀପ୍ତିଙ୍କ ମଧ୍ୟରେ ଝଗଡ଼ାଝାଣ୍ଟି ହେଉଥିଲା। ଗତକାଲି ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ଫଳରେ ପାଟିତୁଣ୍ଡ ହୋଇଥିଲା। ଯାହା ଶେଷରେ ମାଡ଼ପିଟର ରୂପନେଇଥିଲା। ଏହି ମାଡ଼ପିଟ ପରେ ସବିତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବରହମପୁର ଥାନାରେ ସବିତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ଭଉଣୀର ହତ୍ୟାକାରୀକୁ ଉଚିତ ଦଣ୍ଡ ମିଳୁ ବୋଲି ଅନୁରୋଧ କରିଛନ୍ତି ସବିତାଙ୍କ ଭାଇ ଓ ଦାଦା।