୧୫୫ ଏକର ଜମିରୁ ଏକ ଲକ୍ଷ ୫୫ ହଜାର ଗଞ୍ଜେଇ ଗଛ କାଟିବା ସହ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଏକ କୋଟି ୫୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ବୃଦ୍ଧି ପାଇବା ସହ ଗଞ୍ଜେଇ ଚୋରାଚାଲାଣ ମଧ୍ୟ ବଢ଼ିବାରେ ଲାଗିଛି ।
ଗଞ୍ଜେଇ ଚୋରାଚାଲାଣ ବେଳେ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।