ଅର୍ଗସ ବ୍ୟୁରୋ: ସହରରେ ପାଆନ୍ତୁ ଗାଁର ସ୍ବାଦ। ଆଜିକାଲି ରାଜ୍ୟର ଯେ କୌଣସି ସହରକୁ ଯିବେ ପ୍ରତ୍ୟେକ ଜାଗାରେ ଏବେ ବଡ଼ବଡ଼ ହୋଟେଲ । ମାତ୍ର ଅଳ୍ପକିଛି ଝୁମ୍ପୁଡି ହୋଟେଲ । ଆଉ ଯଦି ଆପଣ ବଡ଼ ହୋଟେଲ ଖାଇବାକୁ ଯାଉଛନ୍ତି ତେବେ ଆପଣଙ୍କ ପକେଟ ଗରମ ହୋଇଥିବା ଦରକାର। ପାଖାପାଖି ଶହେ କି ଦୁଇ ଶହ ଟଙ୍କା ଥିବା ଦରକାର। ନ ହେଲେ ଆପଣ ଉପାସ ଆସିବାକୁ ପଡିପାରେ । ହେଲେ ଆମେ ଆଜି ଆପଣକୁ ଯେଉଁ ହୋଟେଲ କଥା କହିବୁ ସେ ହୋଟେଲ ରେ ଆପଣ ଗାଁର ବାସ୍ନା ବାରିପାରିବେ। ତାହା ସହ ଝୁମ୍ପୁଡି ଘରେ ଥଣ୍ତା ପବନ ବି ପାଇବେ ।
ହୋଟେଲ ଆମ ଗାଁ । ରାଜଧାନୀ ଭୁବନେଶ୍ୱରରେ ଗାଁ ଖାଦ୍ୟର ମଜା ପାଇବେ। ପଖାଳ ଭାତ ସହ ବଡିଚୁରା,ଆଳୁଚକଡା ,ଲାଉଫୁଲବରା,କଲରା ଗୋଟା ଭଜା ,ଶାଗଭଜା ଭଳି ଅନେକ ଗାଁଉଲୀ ଖାଦ୍ୟ। ହୋଟେଲ ପରିବେଷବି ଗାଁ ପରିବେଷ ଭଳି। ହୋଟେଲ ଭିତରେ କୂଅ,ପୋଖରୀ ଏଵଂ ଲଣ୍ଠନ,ଶଗଡ ଭଳି ଅନେକ ଗାଁ ର ଦୃଶ୍ୟ। ଆଉ ଏ ସବୁ ମାତ୍ର ୧୧୦ଟଙ୍କାରେ। ଆପଣ ଏଠାକୁ ଗାଁରଦେଶୀ ଖାଦ୍ୟ ଖାଇବାକୁ ଆସିବାକୁ ଚାହୁଁଥିବେ ତାହେଲେ କେଶୁରାକୁ ଆସନ୍ତୁ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ