ବଲାଙ୍ଗୀର : ବଲାଙ୍ଗୀରରୁ ପୁଣି ବିପୁଳ ପରିମାଣର କଫସିରଫ ଜବତ ହୋଇଛି I ଚୋରା ଚାଲାଣ ବେଳେ 1120 ବୋତଲ କଫସିରଫ ସହ ବୋଲେରୋ ପିକ୍ ଅପ୍ ଗାଡିକୁ ଜବତ କରିଛି ବଲାଙ୍ଗୀର ପୋଲିସର ଏକ ସ୍ଵତନ୍ତ୍ର ଟିମ I ଗତକାଲି ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିର ତଳିଉଡାରରୁ ଚାଲାଣ ବେଳେ ପୋଲିସ ଗାଡିକୁ ଠାବ କରିଥିବା ବେଳେ 5 ଜଣ ଅଭିଯୁକ୍ତକୁ ଗିରଫ କାବୁ କରିଥିଲା I ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଫାସଡ ଗାଁର କରୁଣା ନାଏକ, ବିଲେଇସର୍ଡା ଗାଁର ସତୀଶ ଶର୍ମା, ବରଗଡ଼ ଜିଲ୍ଲା କୁଶମେଲ ଗାଁର ଯୁବରାଜ ଭୁଏ ଓ ମେଲଛାମୁଣ୍ଡା ଗାଁର ନିରୋଜ ବନଛୋର।
ଅଧିକ ପଢନ୍ତୁ :ବଲାଙ୍ଗୀର ଖପ୍ରାଖୋଲରେ ପୋଲିସର ଚଢ଼ାଉ
ସୋନପୁର ଜିଲ୍ଲା ଚେରୁପାଲି ଗାଁର ଜିତୁ ସା ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସଡିପିଓ ତୋଫାନ ବାଗଙ୍କ ସୂଚନା ଦେଇଛନ୍ତି I ସେମାନଙ୍କ ଠାରୁ 4ଟି ମୋବାଇଲ ଫୋନ ଓ 11 ଶହ ଟଙ୍କା ଜବତ କରାଯାଇଛି I ଏମାନେ କଫସିରଫ କାହାଠାରୁ ଆସୁଥିଲେ ସେନେଇ ତଦନ୍ତ ଚାଲିଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।