ଆଜି ସକାଳୁ ବଣାଇଁ ଅବକାରୀ ବିଭାଗ ବଣାଇଁ ବ୍ଲକ ଭାଙ୍ଗିଡି ଗ୍ରାମରେ ଚଢାଉ କରି ବଳଭଦ୍ର ପାତ୍ରଙ୍କ ଘରୁ ୭୬୫ ଲିଟର୍ ବିଦେଶୀ ମଦ ଉଦ୍ଧାର କରିଥିଲା। କିଛି ପାଣି ବୋତଲ , ଖାଲି ବୋତଲ , ଠିପି , ସିଲ୍ , ଟ୍ୟାଗ୍ ପ୍ରଭୁତି ଜବତ କରିବା ସହ ବଳଭଦ୍ର ଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର ଙ୍କୁ ଗିରଫ କରିବା ସହ ବଳଭଦ୍ର ଫେରାର ରହିଥିବା ସୂଚନା । ଏହା ସୁନ୍ଦରଗଡ ଜିଲ୍ଲାର ସବୁଠାରୁ ବଡ ମଦ ଜବତ ହୋଇଥିବା ରାଉରକେଲା ଅବକାରୀ ବିଭାଗ ଆରକ୍ଷୀ ଅଧୀକ୍ଷକ ସୁଚନା ଦେଇଛନ୍ତି ।
ବିପୁଳ ପରିମାଣରେ ମଦ ବୋତଲ ଜବତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ବଡ ସଫଳତା ହାସଲ କରିଛି । କିଛି ଦିନ ହେଲା ଗତ ୨୧ ତାରିଖରେ ରାଉରକେଲା ଅଞ୍ଚଳରେ ବାହାର ରାଜ୍ୟରୁ ବିଦେଶୀ ମଦ ସସ୍ତା ଦାମରେ ଆଣି ଅଧିକା ଦାମର ବୋତଲରେ ପୁରାଇ ବଜାରକୁ ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଥିଲା। ବଣାଇଁ ଅଞ୍ଚଳକୁ ଚାଲାଣର ବିଶେଷ ସୁତ୍ରୁ ଖବର ପାଇ ଏ ନେଇ ଆରମ୍ଭ କରିଥିଲେ ଛାନବିନ୍ ।
Download Argus News App
