ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଋଷିକୁଲ୍ୟା ନଦୀରେ ବୁଡ଼ି ଜଣେ ମୃତ
ଗଞ୍ଜାମ : ଗଞ୍ଜାମ ପୁରୁଷୋତ୍ତମପୁରରେ ଅଘଟଣ। ଋଷିକୁଲ୍ୟା ନଦୀରେ ବୁଡି ଆଜି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ପୁରୁଷୋତ୍ତମପୁରର ବନମାଳୀ ବେହେରା। ସେ ନଦୀରେ ଗାଧେଇଲା ବେଳେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି ।
ସୂଚନାନୁଯାୟୀ, ଆଜି ସକାଳ ୯ ଟା ୩୦ରେ ବନମାଳୀ ଗାଁ ନିକଟରେ ଥିବା ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକମାନେ ତାଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରିଛନ୍ତି। ଅସାବଧାନତା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
Download Argus News App
