ବନ୍ଧୁ ଏମିତି ବାମ୍ଫ ଦେଇଛି, ନା ସହି ହେଉଛି ନା କହି ହେଉଛି
ଭଦ୍ରକ: ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଚାନ୍ଦବାଲି ବ୍ଲକରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ଜିଲ୍ଲାର ବାଂଶଡା ଥାନା କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ ନିଖୋଜ ଥିବା ଜଣାପଡିଛି ।
ସେ ଉତ୍ତରାଖଣ୍ଡ ଠାରେ ଥିବା ରୁଷିଗଙ୍ଗା ପାୱାର ପ୍ରକଳ୍ପର ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ । ନାଗାର୍ଜୁନଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ ।