
ବାଲେଶ୍ୱର: ସ୍ତ୍ରୀ ସହିତ ପାରିବାରିକ କଳହ ଯୋଗୁଁ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଏନ.ଏ.ସି. ୯ ନମ୍ବର ୱାର୍ଡ ଅଧିନ କାହାଳିଆ ଗ୍ରାମରେ। ଏହି ଗ୍ରାମର ବାଇଧର ସିଂଙ୍କ ପୁଅ ଗୋପାଳ କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସହିତ ଝଗଡା ହୋଇଥିଲା । ଫଳରେ ସେ ଘରୁ ରାଗି ପଳାଇଯାଇଥିଲେ।
ଆଜି ତାଙ୍କୁ ଫୋନ କରିବାରୁ ସେ ଉଠାଇନଥିଲେ। ଫଳରେ ଗୋପାଳ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଗୋପାଳ ଜଳି ଜଳି ଗାଁରେ ଦୌଡ଼ିବା ଆରମ୍ବ କରିଥିଲେ। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ଗୁରୁତର ଗୋପାଳକୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି।
