2006ରେ ନାଗେସୁ ଯେତେବେଳେ ଦଶମ ଶ୍ରେଣୀ ପଢୁଥିଲେ, ସେତେବେଳେ କାଇଁ କେଜାଣି ହଠାତ୍ ପାଠ ଛାଡି ସୁରତ ଚାଲିଗଲେ।ସୁତାକଳରେ କାମ କଲେ ସତ ହେଲେ ମନ ମାନିଲାନି।ଦି’ ବର୍ଷ ସୁରତରେ କାମ କରିବା ପରେ ହାଇଦ୍ରାବାଦ ଚାଲିଆସିଲେ ନାଗେସୁ।ହେଲେ ସେଠି ବି କାମଦାମ ଠିକ୍ ଲାଗିଲାନି।ଭାଗ୍ୟକୁ 2011ରେ ବ୍ରହ୍ମପୁର ରେଳ ଷ୍ଟେସନରେ କୁଲି ପାଇଁ କାମ ବାହାରିଲା।ଆଉ ନାଗେସୁ ଟେଷ୍ଟରେ ପାସ୍ ବି ହେଇଗଲେ।ବାସ୍ ସେବେଠୁ ସଞ୍ଜ ହେଲେ ସେ ପାଲଟି ଯାଆନ୍ତି କୁଲି ନମ୍ବର ୩୫।ପେଟ ପାଇଁ ପ୍ଲାଟଫର୍ମରେ କୁଲି କାମ କରୁଥିବା ନାଗେସୁ ବୋଝକୁ ବୋହିବା ଭିତରେ ବହି ସହ ପୁଣି ବନ୍ଧୁତା ବାନ୍ଧିଥିଲେ।ଅଧାରୁ ଛାଡ଼ିଥିବା ମାଟ୍ରିକ 2012ରେ ପୁଣି ସାରିଥିଲେ।।ଆଉ ତା ପରେ ପରେ ପ୍ଲସ ଟୁ-ପ୍ଲସ୍ ଥ୍ରୀ ପାସ୍ କରି, ପିଜି ପଢିଥିଲେ ନାଗେସୁ।ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ହେତୁ ସନ୍ଧ୍ୟାରୁ ସାରା ରାତି ସିନା ପାଲଟି ଯାଆନ୍ତି କୁଲି ନମ୍ବର 35 କିନ୍ତୁ ସକାଳ ହେଲେ ବନିଯାଆନ୍ତି ଜଣେ ଭଲ ସାହିତ୍ୟ ଶିକ୍ଷକ।
ବର୍ତ୍ତମାନ ନାଗେସୁ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଅଧ୍ୟପାକ ଭାବେ ସାରାଦିନ ପାଠ ପଢ଼ାନ୍ତି।ଆଉ ସକାଳ ଏବଂ ସଂଧ୍ୟାରେ ଦୁଇଘଣ୍ଟା ଲେଖାଏଁ
ଗରିବ ପିଲାଙ୍କୁ ସାହାଯ୍ୟ କରିବା ଲାଗି ସେ ଖୋଲିଛନ୍ତି ଷ୍ଟୁଡେଂଟ ଏକାଡେମୀ।ଯିଏ ଯାହା ପାରିଶ୍ରମିକ ଦେଲା ସେତିକିରେ ଖୁସି ହୁଅନ୍ତି ନାଗେଶୁ।ବର୍ତ୍ତମାନ ବି ନାଗେଶୁଙ୍କ ପାଖରେ ୫୦ରୁ୫୫ ଜଣ ଛାତ୍ରଛାତ୍ରୀ ନିଜ କ୍ୟାରିୟର ଗଢୁଛନ୍ତି ।ନାଗେଶୁ ଙ୍କ ଏହି ପରିଶ୍ରମ ପାଠ ପଢିବା ଶୈଳୀ ଭଲ ହୋଇଥିବାରୁ ପାଠ ପଢିବା ସହ ଜିବନର ସଫଳତା ପାଇଁ ସଂଘର୍ଷ କେମିତି କରାଯାଏ ତାହା ନାଗେସୁ ସାର ଙ୍କ ଠାରୁ ଶିକ୍ଷଣିୟ ବୋଲି କୁହନ୍ତି ଛାତ୍ରଛାତ୍ରୀ।
ଜୀବନର ସଂଘର୍ଷ,ଦିନ ରାତିର ପରିଶ୍ରମ, କାମ ପ୍ରତି ଭଲ ପାଇବା ର ଜ୍ୱଳନ୍ତ ଉଦାହରଣ କେବଳ ନାଗେସୁ ହିଁ ହୋଇପାରିବେ।
ଓଡିଶା ଖବର ଆହୁରି ପଢନ୍ତୁ