ଫଳରେ ପ୍ରଶାନ୍ତ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ପ୍ରଶାନ୍ତଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଟ୍ରାକ୍ଟର ତଳେ ଚାପି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ

ଯାଜପୁର : ମାଟି ବୋଝେଇ ଟ୍ରାକ୍ଟର ଓଲଟି ଟ୍ରାକ୍ଟର ଚାଳକଙ୍କ ମୃତ ଘଟିଛି । ମୃତକ ହେଲେ ଯାଜପୁର ମଙ୍ଗଳପୁର ଥାନା କନିକାପଡ଼ା ପଞ୍ଚାୟତ ମଧୁପୁର ଅଞ୍ଚଳର ପ୍ରଶାନ୍ତ ମଲ୍ଲିକ । ପ୍ରଶାନ୍ତ ଟ୍ରାକ୍ଟରରେ ମାଟି ବୋଝେଇ କରି ନେଉଥିବା ସମୟରେ ଡ଼ାହାଣହତା ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା ।
Download Argus News App
