ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବାସହ 4 ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଜୟପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଅଟୋ ଦୁର୍ଘଟଣାରେ ଗଲା ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଅଟୋରେ 5 ଜଣ ଯାତ୍ରୀ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ପାଇଁ ବୈପାରୀଗୁଡା ଯିବା ସମୟରେ ଜୟପୁର ନିକଟସ୍ଥ କୋଟା ଛକ ଠାରେ ଏକ ମମନ୍ତୁଦ ଦୁର୍ଘଟଣା ହୋଇଛି। ସୂଚନା ମୁତାବକ କୋଟା ଛକ ଠାରେ ଭାରସାମ୍ୟ ହରାଇବାରୁ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।
Download Argus News App
