ଏହାସହ କେନ୍ଦ୍ରୀୟ ଟିମ ମଧ୍ୟ ବିଭିନ୍ନ ଜିଲ୍ଲାରେ ଅନୁଧ୍ୟାନ କରିବା ପରେ କିଛି ଅଫିସରଙ୍କୁ ନିଲମ୍ବିତ ମଧ୍ୟ କରଯାଇଥିଲା । ଯେତେବେଳେ ଦୁର୍ନୀତି ସାମ୍ନାକୁ ଆସୁଛି, ତଳ ସ୍ତରରେ କାମ କରୁଥିବା ସରପଞ୍ଚ, ଜିଆରଏସ ଏବଂ ପିଇଓ ମାନଙ୍କର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହୁଛି ।
ଯେହେତୁ ଓଡିଶାରେ ବିଜେଡ଼ିର ଶାସନ ଚାଲିଛି । ତେଣୁ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ମାନଙ୍କ ସହ ବିଜେଡ଼ିର ସମର୍ଥନ ରହୁଛି । ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର ।