ବିଷୟଵସ୍ତୁ ରହିଛି ସଭ୍ୟତାର ଆଲୋକରେ ମା’ର ଋଣ । ଜଣେ ମା' ବୃଦ୍ଧା ହୋଇଗଲା ପରେ ତାକୁ ପୁଅ କି ଝିଅ ନେଇ ବୃଦ୍ଧା ଆଶ୍ରମରେ ଛାଡି ଆସୁଛନ୍ତି। ତା ପରେ ସେ ବୃଦ୍ଧା ଜଣଙ୍କ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଦର୍ଶା ଯାଇଛି ଓ ଏପରି ନକରିବା ପାଇଁ ମଧ୍ୟ ସଚେତନତା କରାଯାଇଛି । ସେଥିପାଇଁ ପେଣ୍ଡାଲ ମଧ୍ୟ ପ୍ରସ୍ତୁତ କରାଯାଉଛି। ସବୁ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।
ଦୁର୍ଗାପୂଜା ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ୪୦ ଜଣ କାରିଗରଙ୍କ ସହିତ ଏହି ପ୍ରସ୍ତୁତି ଚାଲିଛି ।ଏଥିରେ କଳାକାର ମାନେ ନିୟୋଜିତ ହୋଇଛନ୍ତି । ପୁରୁଣା ଜାମା ପଟା ନେଇ ସୁନ୍ଦର ଭାବରେ ସଜା ଯାଉଛି ।ସେଇ ବିଷୟବସ୍ତୁ ପାଇଁ ଛୋଟ ଘର ମଧ୍ୟ ପ୍ରସ୍ତୁତ କରାଯାଉଛି । ପ୍ରାୟତଃ ଏକ ମାସ ହେବ ଏହି କାମ ଜାରି ରହିଛି । ଏହା ଏକ ଭିନ୍ନ ପ୍ରକାରର ପ୍ରସଙ୍ଗ ହୋଇଥିବାରୁ ସମୟ ଲାଗୁଚି। ଆଉ ୩ ଦିନ ଭିତରେ ଶେଷ ହୋଇଯିବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।