ଏଥିରେ ଜଣେ ମୃତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ତିନିଜଣ ଆହତ ମଧ୍ୟ ହୋଇଛନ୍ତି। ମୃତ ଜଣକ ୯ ବର୍ଷର ବାଳକ ଅଶୋକ ସାହୁ ବୋଲି ଜଣା ପଡିଛି। ଗୁରୁତର ମାନେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଭବାନୀପାଟଣା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଟ୍ରକକୁ ପିଟିଲା ବାଇକ; ଗଲା ନାବାଳକର ଜୀବନ

କଳାହାଣ୍ଡି : ଟ୍ରକକୁ ପିଟିଲା ଦୁଇଟି ବାଇକ, ଜଣେ ମୃତ ତିନି ଗୁରୁତର। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ରାୟଗଡା ୬ନମ୍ବର ରାଜ୍ୟ ରାଜପଥ ଗୋପିନାଥପୁର ନିକଟରେ ଏହି ଦୁର୍ଘଟଣା ହୋଇଛି। ଟ୍ରକଟି ଛିଡ଼ା ହୋଇଥିବା ବେଳେ ଦୁଇଟି ବାଇକ ପିଟିଛନ୍ତି। ଆଜି ସନ୍ଧ୍ୟା ସମୟରେ ଭବାନିପାଟଣା ପଟୁ ଦୁଇଟି ବାଇକ ଯୋଗେ ଶାନ୍ତପୁର ପଟକୁ ଯାଉଥିବା ବେଳେ ଗୋପିନାଥପୁର ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।
Download Argus News App
