ଛାତ୍ରୀ ଜଣକ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଶଷ୍ଠ ଣ୍ରେଣୀରେ ପାଠ ପଢୁଛନ୍ତି । ବାପା ଙ୍କ ସ୍ବଳ୍ପ ରୋଜଗାର ରେ ଘର ଚଳିବା କଷ୍ଟ ହୋଇପଡୁଥିବାବେଳେ ବିଦ୍ୟାଳୟ ଟି ନିଜ ଘରଠାରୁ ୧୮କିମି ଦୂରରେ ହୋଇଥିବାରୁ ଏକ ମେସ୍ ରେ ରହି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।
ହେଲେ ମେସ୍ ଖର୍ଚ ବହନ କରିବାକୁ ବାପାଙ୍କ ଠାରେ ସାମର୍ଥ୍ୟ ନାହିଁ । ୨୦୧୦ ମସିହାରେ ଆମ୍ବୋ ଗାଁର ଭଗବାନ ଜେନା ସେହି ଗାଁର ପଙ୍କଜିନି ଦାସଙ୍କୁ ଭଲ ପାଇ ବାହା ହୋଇଥିଲେ। ବାହାଘରର କିଛି ଦିନ ପରେ ତେଲକୋଇ ଅଞ୍ଚଳର ଶିରିଗିଡା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ ଚାକିରି କରିଥିଲେ। ସେହି ସମୟ ଭିତରେ ତାଙ୍କର ଝିଅ ଟିଏ ହୋଇଥିଲା। ଝିଅ ଟିର ଦାଇତ୍ୱ ନେବାକୁ ସ୍ତ୍ରୀ ପଙ୍କଜିନିଙ୍କ କହିବା ଅନୁଯାୟୀ ଭଗବାନ କରିଥିବା ବେସରକାରୀ ଚାକିରି ଛାଡ଼ି ଘରେ ରହିଥିଲେ।
କିଛି ବର୍ଷ ବ୍ୟବଧାନ ପରେ ୨୦୧୮ ମସିହାରେ ପଙ୍କଜିନି ଜଣେ ଫେସ୍ ବୁକ୍ ରୁ ଚିହ୍ନା ପୁରୁଷ ବନ୍ଧୁ ଙ୍କ ସହିତ ପ୍ରେମରେ ପଡି ତାଙ୍କ ସହିତ ରହୁଛନ୍ତି। ଗତ ୫ ବର୍ଷ ହେବ ନା ଘରକୁ ଆସୁଛନ୍ତି ନା ବାପ ଝିଅକୁ ଧରା ଛୁଆଁ ଦେଉଛନ୍ତି । ବର୍ତ୍ତମାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ମା ଙ୍କ ଦରମା ଟଙ୍କାରୁ ଝିଅ ପଢା ଖର୍ଚ୍ଚ ବହନ ପାଇଁ ଉଭୟ ବାପା ଓ ଝିଅ ଦାବି କରିଛନ୍ତି ।