ଆଉ ଏବେ ଧରା ଛୁଆଁ ଦେଉନାହାନ୍ତି। ଦୁଇ ଦୁଇ ଥର ED ପୁଣି ଜେରା ପାଇଁ ଡାକିଥିଲା ବେଳେ ସେ ED ରେ ହାଜର ହେଉ ନାହାନ୍ତି। ED ଶ୍ରଦ୍ଧାଞ୍ଜଳୀଙ୍କୁ 18ତାରିଖରେ ଏକ ହୋଟେଲରେ ସମନ ଦେଇଥିଲେ। ହେଲେ ଏବେ ED ତାଙ୍କୁ ଖୋଜିଲା ବେଳେ ସେ ସେଠାରେ ନାହାନ୍ତି।
ED ରୁଜୁ କରିଥିବା ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ଶ୍ରଦ୍ଧାଞ୍ଜଳି ଙ୍କ ପାଇଁ ଏବେ ଅଡୁଆ ବଢିଛି ।ସେପଟେ ହନିଟ୍ରାପ ରେ ଆସୁଥିବା ବ୍ଲାକ ମନି କୁ କିପରି ଧଳା କରୁଥିଲେ ତାହାର ଗୁମର ଫିଟିଛି। ମିଳିଥିବା ସୂଚନା ଅନୁସାରେ ସେକେଣ୍ଡ ହ୍ୟାଣ୍ଡ କାର ବ୍ୟବସାୟ ସହ ଅର୍ଚନା ଓ଼ ଖଗେଶ୍ୱର କରୁଥିଲେ ଜମି ଓ଼ ସୁଧ କାରବାର।
ଅର୍ଚନା ଙ୍କ ବ୍ଲାକମେଲ ଟଙ୍କା ରେ କାର କିଣା ହେଉଥିଲା ଆଉ ଅର୍ଚନା ଙ୍କ ଗୋଟିଏ ଫୋନ କଲ ରେ ଦାମୀ ଗାଡି କିଣିବାକୁ ଗ୍ରାହକ ଙ୍କ ଲାଇନ ଲାଗୁଥିଲା। ଏହାରି ଭିତରେ ଦ୍ଵିତୀୟ ଥର ପାଇଁ ଆଜି ହାଜର ହୋଇଛନ୍ତି ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ।
ଉଭୟ ଙ୍କ ଭିତରେ ପ୍ରାୟ 30 ଲକ୍ଷ ବ୍ୟାଙ୍କ ଟ୍ରାନଜେକ୍ସନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ଉଭୟ ଯୋଗାଯୋଗ ରେ ଥିବା ଜାଣି ପାରିଛି ଇ ଡି। ଯାହାକୁ ନେଇ ପ୍ରମୋଦ ଙ୍କୁ 9 ଘଣ୍ଟା ହେଲା ଇ ଡି ଜେରା କରୁଛି। ସେପଟେ ଅର୍ଚନା ଓ଼ ଖଗେଶ୍ୱର ଙ୍କୁ ଜମି ବିକିଥିବା ପ୍ରଭାତ କୁମାର ପତି ଙ୍କୁ ମଧ୍ୟ ଇ ଡି ନୋଟିସ କରି ଜମି କିଣାବିକା ନେଇ ଜେରା କରୁଛି।