ଏ ଦୃଶ୍ୟ କଟକ ସହର ରଜାବଗିଚା ସ୍ଥିତ କୁଶୁନପୁର ଅଞ୍ଚଳର । ଏଠାରେ ଜଣେ ଯୁବକୁ ମାଙ୍କଡଟିକୁ ORS ପିଇବାକୁ ଦେଉଛନ୍ତି । ଏବଂ ମାଙ୍କଡଟି ଖୁସିରେ ବସି ତାକୁ ପିଇବାରେ ଲାଗିଛି । ଭିଡିଓରୁ ଲାଗୁଛି ତାକୁ ପ୍ରବଳ ଶୋଷ ହେଉଛି । ସେଥିପାଇଁ ତାକୁ ଏତେ ଲୋକ ଘେରିଲେ ମଧ୍ୟ ସେ ଚୁପଚାପ ବସି ORS ପିଇବାରେ ଲାଗିଛି । ପ୍ରଥମେ ଷ୍ଟ୍ର ଟିକୁ ଫୋପାଡି ଦେଉଛି, ପରେ ସେ ଯୁବକ ତାକୁ ORS ପ୍ୟାକେଟ ଟେକି ଦେଉଛନ୍ତି, ଆଉ ସେ ପିଇବାରେ ଲାଗିଛି ।
ଦର୍ଶକବନ୍ଧୁ ଖରାଦିନ ଆସିଲାଣି । ଏବେ ସବୁଆଡେ ଗରମର ପ୍ରଭାବରୁ ଦେହର ଜଳୀୟଅଂଶ ମଧ୍ୟ କମିବାରେ ଲାଗିଲାଣି । ସେଥିପାଇଁ ନିଜ ଘର ସାମ୍ନାରେ ହଉ ଅଥବା କୌଣସି ଏକ ଫାଙ୍କା ସ୍ଥାନରେ ପାତ୍ରରେ ଜଣ ରଖି ଦିଅନ୍ତୁ । ଯାହାଦ୍ବାରା ପଶୁପକ୍ଷୀମାନେ ମଧ୍ୟ ପିଇପାରିବେ । କାରଣ ସେମାନଙ୍କୁ ମଧ୍ୟ ଗରମ ପ୍ରଭାବରୁ ଶୋଷ ହୋଇଥାଏ, ହେଲେ ସେମାନଙ୍କର ପ୍ରକାଶ କରିବାର କ୍ଷମତା ନଥାଏ ।