ତେଣୁ ଆନନ୍ଦପୁରକୁ ତୁରନ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି ହୋଇଛି। ବିଭିନ୍ନ ସ୍ଥାନରେ ଏପରି ଦାବି ହେଉଥିବା ଦେଖିବାକୁ ମିଳିଛି।
ନଭେମ୍ବର ୨୩ରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବ ଗଣଧାରଣା

ଅର୍ଗସ ବ୍ୟୁରୋ: ଆନନ୍ଦପୁର ଉପଖଣ୍ଡକୁ ନୂତନ ଜିଲ୍ଲା ଦାବି ଜୋର। ୩ଟି ବ୍ଲକ, ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଆନନ୍ଦପୁର ସବଡିଭିଜନକୁ ନୂଆ ଜିଲ୍ଲା ଘୋଷଣା କରିବାକୁ ଦାବି ଜୋର ଧରିଛି। ଏନେଇ ନଭେମ୍ବର ୨୩ତାରିଖରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ। ଆନନ୍ଦପୁର ସୀମାନ୍ତ ରୁ ଜିଲ୍ଲା ସଦର ମହକୁମା ୧୧୦ କିମି ଦୂର ହେଉଥିବାରୁ ଜନସାଧାରଣ ଅସୁବିଧା ଭୋଗୁଛନ୍ତି।
Download Argus News App
