୨୦ ଦିନର ନିଜ ଝିଅକୁ ବାପା ବିଷ ଇଂଜେକସନ ଦେଇ ହତ୍ୟା ଉଦ୍ୟମ ଘଟଣାର ନୂଆ ମୋଡ଼ । ଝିଅ ଜନ୍ମ ପାଇଁ ନୁହଁ ବରଂ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁଆ ମୋର ନୁହେଁ ବୋଲି କହି ଛୁଆକୁ ମାରିବାକୁ ଉଦ୍ୟମ କରିଥିଲା ବାପା ବୋଲି କହିଛନ୍ତି ବାଲେଶ୍ଵର ଏସ୍ପି ସାଗରିକା ନାଥ ।
ଏସ୍ପିଙ୍କ ପ୍ରତିକ୍ରିୟା ଉପରେ ପ୍ରତିକ୍ରିୟା ରଖିଲେ ପୀଡିତ ଶିଶୁର ମା । ସେ କହିଛନ୍ତି ଯଦି ଛୁଆ ତାଙ୍କର ନୁହେଁ ତାହେଲେ ଡିଏନଏ ଟେଷ୍ଟ କରାଯାଉ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ପୀଡିତ ଶିଶୁ କନ୍ୟାର ମା ତନ୍ମୟୀ ସିଂହ ।
ଏସପିଙ୍କ ପାଖରୁ ମୁଁ ନ୍ୟାୟ ଚାହୁଁଛି କହିଲେ ମା ତନ୍ମୟୀ ସିଂହ । ଅନ୍ୟପଟେ ଗୁରୁତର ଥିବା ଶିଶୁ କନ୍ୟା ଦୁଇଦିନ ବାଲେଶ୍ୱରରେ ଚିକିତ୍ସିତ ହେବାପରେ ଉନ୍ନତ ଚିକିତ୍ସା ପାଇଁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବାଲେଶ୍ୱର ନୀଳଗିରିରେ ଏକୋଇସିଆ ପୂର୍ବରୁ ଝିଅକୁ ହତ୍ୟା ଉଦ୍ୟମ କରିଥିଲେ ବାପା । ୨୦ ଦିନର ଶିଶୁ କନ୍ୟାକୁ ବାପା ବିଷ ଇଂଜେକସନ ଦେଇ ମାରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ବାପା ଚନ୍ଦନ କୁମାର ମହାନ୍ତିଙ୍କୁ ନୀଳଗିରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ଥିବା କହିଛନ୍ତି ଏସପି ।
ସେପଟେ ସଂପର୍କୀୟଙ୍କ କହିବା ଅନୁଯାୟୀ ଝିଅ ଚରିତ୍ରହୀନ ନୁହେଁ । ଏହା ତଦନ୍ତ ହେବା ନିହାତି ଜରୁରୀ ।
ଆହୁରି ପଢନ୍ତୁ ଓଡିଶା ଖବର...