ମାଳକାନଗିରି: ମାଲକାନଗିରିରେ ଦୁଷ୍କର୍ମ ପୀଡିତା ଆତ୍ମହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚିକିତ୍ସା ଅବହେଳାର ସାଙ୍ଘାତିକ ଚିତ୍ର । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ଗ୍ରାମପଞ୍ଚାୟତର ଜଣେ ୧୪ ବର୍ଷୀୟ ନାବାଳିକା ଗତ ଶୁକ୍ରବାର ଦିନ ଦୁଷ୍କର୍ମର ଶିକାର ହୋଇଥିଲେ କ୍ଷ ଘଟଣାଟି ପ୍ରଘଟ ହେଲାପରେ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ ।
କିନ୍ତୁ ସେହି ଦିନ ତାଙ୍କ ଶରୀରରେ ବିଷ ପିଇବାର କୌଣସି ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ପରବର୍ତୀ ସମୟରେ ହଠାତ୍ ମଙ୍ଗଳବାର ଦିନ ନାବାଳିକାଙ୍କର ଶରୀର ହଟାତ ଅସୁସ୍ଥ ହୋଇପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ କରୋକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ସେହି ସମୟରେ ଦାଇତ୍ୱରେ ଥିବା ଆୟୁଷ ଡାକ୍ତର କୌଣସି ଚିକିତ୍ସା କରିନଥିଲେ ଓ ନକ୍ଷବକ୍ଷଳିକକ୍ଷଙ୍କର ବିଗୁଡୁଥିବା ସ୍ୱାସ୍ଥ୍ୟବସ୍ଥା ପ୍ରତି କୌଣସି ପ୍ରକାର ତତ୍ପରତା ଦେଖାଇନଥିଲେ ଯାହା ଫଳରେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି କ୍ଷ ଯାହାକୁ ନେଇ ଅର୍ଗସ ହାତରେ ଲାଗିଛି exclusive ଦସ୍ତାବିଜ ।
ଗତ ୬ ତାରିଖର ୩.୫୦ ମିନିଟ ସମୟରେ ଡାକ୍ତର ତାଙ୍କୁ ପରୀକ୍ଷା ଆରମ୍ଭ କରିଛନ୍ତି ଓ ସେହି ଠିକ ୩.୫୦ ସମୟରେ ସେହି ନାବାଳିକାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ତାହା ହେଲେ ଏଠାରେ ପ୍ରଶ୍ନ ଉଠୁଛି କେଉଁ ସମୟ ମଧ୍ୟରେ ଡାକ୍ତର ଦେବାଶିଷ ବେପାରୀ ନାବାଳିକାଙ୍କୁ ପରୀକ୍ଷା କରିଛନ୍ତି ।