ମାଆ ଶୋଇଥିବା ବେଳେ, ତାର ଶିଶୁପୁତ୍ରକୁ କେହି ଦ୍ବିତୀୟ ମହଲାର ୱାର୍ଡର ସ୍କାଏଲାଇଟ ବାଟେ ଅଳିଆଗଦାରେ ଫୋପାଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଲା, ପିଲାଟିର ବିଶେଷ କିଛି କ୍ଷତି ହୋଇନାହିଁ । ଏଠି ପ୍ରଶ୍ନ ଉଠୁଛି ବିଭାଗରେ ଏତେ ସୁରକ୍ଷା କର୍ମଚାରୀ, ମେଡିକାଲ କର୍ମଚାରୀ, ଡାକ୍ତର ଉପସ୍ଥିତ ଥିବା ସତ୍ତ୍ବେ ଶିଶୁପୁତ୍ରଟିକୁ କିଏ ଓ କିଭଳି ବାହାରକୁ ଫୋପାଡ଼ିଲା ।
ଏନେଇ ଶିଶୁପୁତ୍ରର ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ । ପୁରା ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଏସ୍ସିବି ପକ୍ଷରୁ ଏକ ଲିଖିତ ଏତଲା ମଙ୍ଗଳାବାଗ ଥାନାରେ ଦିଆଯାଇଛି । ପୋଲିସ ରିପୋର୍ଟ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ପ୍ରାଥମିକ ତଦନ୍ତରେ ଘଟଣାରେ ପରିବାର ସଦସ୍ୟଙ୍କ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ସିସିଟିଭି, ଉଦ୍ଧାରକାରୀଙ୍କ ସମେତ ପ୍ରତ୍ୟେକ ଦିଗରୁ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯିବ ବୋଲି ଡିସିପି କହିଛନ୍ତି । କଟକ ଏସ୍ସିବି ମେଡିକାଲ ପ୍ରସୂତି ବିଭାଗରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ, ୱାର୍ଡରେ ନବଜାତ ଶିଶୁ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।